କଳାହାଣ୍ଡି, (ହେମନ୍ତ ସାହୁ): ମ.ରାମପୁର ଥାନା ମୋହନଗିରି ଫାଣ୍ଡି ଅଧିକାରୀ ଭାବରେ ଦେବେନ୍ଦ୍ର ନାଏକ ଯୋଗଦେଇଛନ୍ତି। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଭବାନୀପାଟଣା ଟାଉନ ଥାନାରେ କାର୍ଯ୍ୟରତ ଶ୍ରୀ ନାଏକ ମୋହନଗିରି ଫାଣ୍ଡିରେ ଯୋଗ ଦେବାପରେ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି। ଗତ କିଛି ମାସ ଧରି ଏହି ଫାଣ୍ଡିରେ ଅଧିକାରୀ ପଦବୀ ଖାଲି ପଡିଥିଲା ତେଣୁ ଅଞ୍ଚଳବାସୀ ବିଭିନ୍ନ ସମୟରେ ପଦବୀ ପୂରଣ ପାଇଁ ଦାବୀ କରି ଆସୁଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ମୋହନଗିରି ଫାଣ୍ଡିଟି ଚାରୋଟି ଜିଲ୍ଲାର କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର ସୀମାରେ ରହିଛି। ଏଣୁ ଏହି ଇଲାକାରେ ପୋଲିସର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଫାଣ୍ଡି ଅଧିକାରୀ ଶ୍ରୀ ନାଏକ ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବି ବୋଲି କହିବା ସହିତ ସମସ୍ତଙ୍କୁ ବିଶ୍ୱ ମହାମାରୀ କୋଭିଡର ମୁକାବିଲା କରିବାକୁ ଅନୁରୋଧ ସହିତ ଘରେ ରହି ସୁସ୍ଥ ରହିବାକୁ ନିବେଦନ କରିଛନ୍ତି।