ନାରୀନେତ୍ରୀ ପୁଷ୍ପାଞ୍ଜଳୀ ସାହୁଙ୍କ ପରଲୋକ

କଳାହାଣ୍ଡି, (ନବୀନ କିଶୋର ସାହୁ): ମହାମାରୀ କରୋନା ଛଡେଇ ନେଇଛି ରିଞ୍ଜା ପଞ୍ଚାୟତର ସୁନାମଧନ୍ୟା ନାରୀନେତ୍ରୀ ପୁଷ୍ପାଞ୍ଜଳୀ ସାହୁଙ୍କ ଜୀବନ। ମାତ୍ର ୪୦ ବର୍ଷ ବୟସରେ ସେ ପରଲୋକ ଗମନ କରିଛନ୍ତି। କୋଭିଡ୍ ପଜିଟିଭ ଚିହ୍ନଟ ହେବାପରେ ପୁଷ୍ପାଞ୍ଜଳୀ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦିର୍ଘ ୧୫ ଦିନ ଭେଣ୍ଟିଲେଟର ଲାଗି ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ସେ ଜଣେ ନାରୀନେତ୍ରୀ ଓ ସମାଜସେବୀ ବିଶେଷ ସୁନାମ ଅର୍ଜନ କରିଥିଲେ। ତାଙ୍କର ଅକାଳ ବିୟୋଗରେ ରିଞ୍ଜା ସମେତ କର୍ଲାମୁଣ୍ଡା ବ୍ଲକରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ବାମୀଙ୍କ ଉପସ୍ଥିତିରେ କୋଭିଡ୍ ନିୟମ ଅନୁଯାୟୀ ବଲାଙ୍ଗୀର ସ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯାଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.