ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ ନାରଦ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର

ଭୁବନେଶ୍ୱର: ବିଶ୍ୱ ସମ୍ବାଦ କେନ୍ଦ୍ର ତରଫରୁ ନାରଦ ଜୟନ୍ତୀ ଅବସରରେ ଏକ ଆଲୋଚନା ଚକ୍ର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ରରେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ଅକ୍ଷୟ କୁମାର ସାହୁ, ଉପେନ୍ଦ୍ର ବିଶ୍ୱାଳ ଏବଂ ଅନେକ ପୁସ୍ତକ ରଚୟତା ଡ଼ଃ. ରତନ ସାରଦା ଯୋଗ ଦେଇ ସମାଜରେ ସାମ୍ବାଦିକଙ୍କ ଭୂମିକା ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ଗଭୀର ବାର୍ତ୍ତାଳାପ କରିଥିଲେ।ସେହିପରି ସାମ୍ବାଦିକ ଅକ୍ଷୟ କୁମାର ସାହୁ ନିଜର ଅଭିଭାଷଣରେ ସାମ୍ବାଦିକତା କିଭଳି ରାଜନୈତିକ କରଣ ନ ହେବା ଉଚିତ, ନିରପେକ୍ଷ ହେବା ଏବଂ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇପାରିବ ସେ ଉପରେ ନିଜ ବିବୃତି ରଖିଥିଲେ। ଆଲୋଚନାରେ ଭାଗ ନେଇଥିବା ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସାମ୍ବାଦିକ ତ୍ରିନାଥ ପଟ୍ଟନାୟକ, ଅମିତା ଦାସ, ନୂତନ ସାମନ୍ତ, ସଞ୍ଜୟ ବେହୁରା, ଗୋଲଖ ଦାସ, ଡ଼.ପବିତ୍ର ମହନ୍ତ, ସଚ୍ଚିଦାନନ୍ଦ ନାୟକ, ଡ଼. ଜଗନ୍ନାଥ ପଟ୍ଟନାୟକ, ଦୀପକ ପ୍ରସାଦ ପଟ୍ଟନାୟକ, ଗୀତା ପଟ୍ଟନାୟକ, ନିର୍ମଳ କୁମାର ବେହେରା, ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସଦସ୍ୟ ମନୋଜ କୁମାର ନାୟକ, ଶିକ୍ଷା ବିକାଶ ସମିତି ଦକ୍ଷିଣ ପୂର୍ବ ସମ୍ଭାଗର ସମ୍ପାଦକ କିରଣ କୁମାର ପାଢ଼ୀ, କପିଳ ପ୍ରସାଦ ପ୍ରଧାନ, ସର୍ବେଶ୍ୱର ବେହେରା, ଏ.ଡି.ଭି. ଓଡିଶାର ଜୟନ୍ତ କୁମାର ବଳ ପ୍ରମୁଖ ପ୍ରାୟ ୫୦ରୁ ଉର୍ଦ୍ଧ ସଭ୍ୟ ଯୋଗ ଦାନ କରି ଆଲୋଚନାକୁ ସାଫଲ୍ୟ ମଣ୍ଡିତ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.