ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ

କଟକ: କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଲକଡାଉନ, ସଟଡାଉନ, ସାମୁଦ୍ରିକ ବାତ୍ୟା ୟଶ ଏବଂ ନିରବିଛିନ୍ନ ବର୍ଷାରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଅରିଲୋ, ରାମକମାରପୁର ଆଦି କଟକ ସଦରର ବିଭିନ୍ନ ସ୍ଥାନରେ ଥିବା ଦିବ୍ୟାଙ୍ଗ, ଭିନ୍ନକ୍ଷମ,ରାସ୍ତା କଡରେ ଥିବା ଅସହାୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନସହ ପରିଷଦର ଜରୁରୀ କାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସେବା କାର୍ଯ୍ୟକ୍ରମକୁ ପରିଷଦ ପକ୍ଷରୁ ଜ୍ୟୋତିପ୍ରକାଶ ପଣ୍ଡା, ଅନନ୍ତ ନାଥ, ସତ୍ୟବ୍ରତ ରାଉତ, ଶଙ୍କର୍ଷଣ ଦାସ, ମନୋଜ ଭୋଇ, ସ୍ବରୂପ ସୁମନ ଦାସ, ବିମଳ କୁମାର ପଣ୍ଡା, ଲଷ୍ମୀକାନ୍ତ ତ୍ରିପାଠୀ ପ୍ରମୁଖ ବହୁ ସ୍ୱେଚ୍ଛାସେବୀ ମାନେ ବାତ୍ୟା, ବର୍ଷାକୁ ଖାତିର ନକରି ଉପସ୍ଥିତ ରହି ଲୋକଙ୍କୁ ସେବା ଯୋଗାଇଥିଲେ। ଏହି ସେବାକାର୍ଯ୍ୟ ବିଭିନ୍ନ ସ୍ଥାନରେ ଜାରୀ ରଖିବାକୁ ସଂଗଠନର ସଭାପତି ଯୁବସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ର ସେଠୀ କାର୍ଯ୍ୟକର୍ତା ମାନଙ୍କୁ ନିବେଦନ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.