ବାପାଙ୍କ ମୃତ୍ୟୁର ୧୫ ଦିନ ପରେ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ

ଲାଞ୍ଜିଗଡ: ମୂଷାନାଳ ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଚିନ୍ମୟ ସାମଲ ଭୁବନେଶ୍ୱର ଏକ ଘରୋଇ ମେଡ଼ିକାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ହେଲା ସେ କରୋନା ସଂକ୍ରମିତ ହୋଇଥିବା ଜଣା ପଡିବା ପରେ ତାଙ୍କୁ ଭବାନୀପାଟଣା ନିକଟସ୍ଥ କାମଠନା କୋଭିଡ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ତାଙ୍କ ଦେହ ଅତ୍ୟନ୍ତ ଅସୁସ୍ଥ ଯୋଗୁଁ ତିନି ଦିନ ତଳେ ଭୁବନେଶ୍ୱର ଏକ ଘରୋଇ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତେବେ ସେଠାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି। ଆଜିକୁ ୧୫ ଦିନ ହେଲା ତାଙ୍କ ପିତା ଅବସର ପ୍ରାପ୍ତ ଶିକ୍ଷକ ଚତୃଭୂଜ ସାମଲଙ୍କ ବିୟୋଗ ହାଇଥିଲା। ମାତ୍ର୧୫ ଦିନ ଆନ୍ତରାଳରେ ପିତା ପୁତ୍ରଙ୍କର ଦେହାନ୍ତ ଯୋଗୁଁ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି। ସ୍ବର୍ଗତ ସାମଲ ଶିକ୍ଷକତା କରିବା ସହିତ ‘ସମ୍ବାଦ-ଆମ ଓଡ଼ିଶା’ ସହିତ ବହୁଥର ରକ୍ତଦାନ ଶିବିରେ ସହଯୋଗ, ଜଣେ ସମାଜସେବୀ, ଶାନ୍ତ ଶିଷ୍ଟ, କର୍ତ୍ତବ୍ୟ ନିଷ୍ଟ, ମେଳାପୀ ବନ୍ଧୁ ପ୍ରେମୀ ଓ ଉଦାର ପ୍ରକୃତର ମଣିଷ ଥିଲେ। ତାଙ୍କୁ ହରାଇ ବାସସ୍ଥାନ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର ଅଞ୍ଚଳ ସ୍ତଗ୍ଧ ହୋଇଯାଇଛି। କର୍ମକ୍ଷେତ୍ର ମୂଷାନାଳ ଅଞ୍ଚଳରେ ମଧ୍ୟ ଶୋକରଛାୟା ଖେଳି ଯାଇଛି। ଏନେଇ ବିଦ୍ୟାଳୟର ପରିଚାଳନା କମିଟି, ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ତଥା ଅଞ୍ଚଳବାସୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣେଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.