ରାୟଗଡ ଏସ.ପି.ଙ୍କ ଭର୍ଚୁଆଲ ମିଟିଂରେ ‘ଲକଡାଉନ ଫୋକସ୍‌’

● ବଣିକ, ଟ୍ରାନ୍ସପୋର୍ଟ ଓ ସାମ୍ବାଦିକ ସଂଘ ସହ କଲେ ଆଲୋଚନା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଜିଲ୍ଳାର ବ୍ୟବସାୟିକ ସଂଘ, ଟ୍ରାନ୍ସପୋର୍ଟ ସଂଘ ଓ ବିଭିନ୍ନ ସାମ୍ବାଦିକ ସଂଘର ସଦସ୍ୟମାନଙ୍କ ସହ ଗତ ୩ଦିନ ମଧ୍ୟରେ ଲକଡାଉନ ବେଳେ ସେମାନଙ୍କ ଦାୟିତ୍ୱ ଓ ସମସ୍ୟାଗୁଡିକୁ ନେଇ ଆଲୋଚନା କରିଛନ୍ତି । ମହାମାରୀ କରୋନା ମୁକାବିଲାରେ ଲକଡାଉନ କଟକଣା ଜାରି ହୋଇଥିବାରୁ ବିଭିନ୍ନ ସଂଘ,ବ୍ୟବସାୟିକ ପ୍ରତିଷ୍ଠାନ,ସାମ୍ବାଦିକ ସଂଘର ସଦସ୍ୟମାନେ ନିଜର ସମସ୍ୟାଗୁଡିକୁ ତଥା ଜନ ସଚେତନତା ନିମନ୍ତେ ଉଦ୍ଦିଷ୍ଟ ପ୍ରସ୍ତାବ ଏବଂ ଲକଡାଉନରେ ପୋଲିସ ପ୍ରଶାସନର ଅଧିକ ସହଭାଗିତାକୁ ନେଇ ମତାମତ ଦେଇ ପାରୁ ନ ଥିବା ବେଳେ ଏସ.ପି.ସିଧାସଳଖ ଭାବେ ଅନଲାଇନରେ ଭର୍ଚୁଆଲ ମିଟିଂ କରି ସେମାନଙ୍କ ସହ ଆଲୋଚନା କରି ସମସ୍ତ ଆବଶ୍ୟକୀୟ ବିଷୟଗୁଡିକୁ ଲେଖି ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଜିଲ୍ଳା ଏସ.ପି.ଙ୍କ ଏପରି କାର୍ଯ୍ୟକ୍ରମ ଦ୍ୱାରା ସମସ୍ତ ଅନୁଷ୍ଠାନ,ସଂଗଠନ ପକ୍ଷରୁ ପ୍ରଶଂସା କରାଯାଉଛି । ଲକଡାଉନ ସମୟରେ ଜିଲ୍ଳାର ସମସ୍ତ ଦୋକାନ ବଜାରଗୁଡିକକୁ ଆସୁଥିବା ଗ୍ରାହକଙ୍କୁ କୋଭିଡ ସୁରକ୍ଷା ନିୟମ ପାଳନ କରିବା ପାଇଁ ସଚେତନ କରାଇବା ସହ ବ୍ୟବସାୟୀମାନେ ମଧ୍ୟ ନିଜେ ସଚେତନ ହେବା ଏବଂ ଲକଡାଇନରେ ଜାରି ହୋଇଥିବା କଟକଣାକୁ ମାନି ଚଳିବା ପାଇଁ ବଣିକ ସଂଘକୁ ପରାମର୍ଶ ଦେଇଥିଲେ । ସେହିପରି ଲକଡାଉନ ବେଳେ ଟ୍ରାନ୍ସପୋର୍ଟିଂ ନିମନ୍ତେ ଉପୁଜୁଥିବା ସମସ୍ୟାଗୁଡିକୁ ନେଇ ଜିଲ୍ଳାର ବିଷମକଟକ, ଗୁଣପୁର ଓ ରାୟଗଡର ବିଭିନ୍ନ ଟ୍ରାନ୍ସପୋର୍ଟ ସଂସ୍ଥାର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ମହାମାରୀ କରୋନା ଦ୍ୱିତୀୟ ଲହରରେ ଜିଲ୍ଳାବାସୀଙ୍କ ନିକଟରେ ସରକାର ଓ ଜିଲ୍ଳା ଏବଂ ପୋଲିସ ପ୍ରଶାସନର ସମସ୍ତ କରୋନ ସଂର୍ପକୀତ ସଚେତନତା ଖବର ପଂହଚାଇ ପାରୁଥିବା ଜିଲ୍ଳାର ଛାପା ଓ ବୈଦୁତିକ ଗଣମାଧ୍ୟମରେ କାର୍ଯ୍ୟରତ ପ୍ରମୁଖ କରୋନା ଯୋଦ୍ଧା ସାମ୍ବାଦିକମାନଙ୍କ ସହ ମଧ୍ୟ ଆଲୋଚନ କରି ସମସ୍ତଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହୋଇ ସମାଜସେବାରେ ଉର୍ତ୍ସଗୀକୃତ ସେବା ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଥିଲେ ।

ଲକଡାଉନ ଓ ସଟଡାଉନ କଟକଣାକୁ ଅମାନିଆମାନେ ମାନୁ ନ ଥିବାରୁ ସେମାନଙ୍କ ପ୍ରତି ପୋଲିସ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି କିଛି ସାମ୍ବାଦିକ ଭାଇମାନେ ନିଜ ନିଜ ମତ ରଖିଥିଲେ । କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହ ଭଚୁଆଲ ମିଟିଂ ମାଧ୍ୟମରେ ଆଲୋଚନା କରି ବିଭିନ୍ନ ପ୍ରସ୍ତାବଗୁଡିକୁ ଶୁଣି ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଳା ଏସ.ପି.ଶ୍ରୀ ଶର୍ମା ପ୍ରତିଶୃତି ଦେଇଥିବାରୁ ଏପରି ମିଟିଂ ବ୍ୟବସ୍ଥାକୁ ଜିଲ୍ଳାର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଏସ.ପି.ଶ୍ରୀ ଶର୍ମାଙ୍କୁ ଧନ୍ୟବାଦ ଜଣାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.