ଡିଏଲଏସଏ ପକ୍ଷରୁ କଠିନ ବର୍ଯ୍ୟବସ୍ତୁ ପରିଚାଳନା ସଂପର୍କରେ ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ)ଦ୍ୱାରା ଆଜି ଅତିରିକ୍ତ ଜିଲ୍ଳା ଦୈାରାଜଜ୍ ତିରଂଜନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନଲାଇନ ମାଧ୍ୟମରେ କଠିନ ବର୍ଯ୍ୟବସ୍ତୁ ପରିଚାଳନା ସମ୍ବନ୍ଧୀତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ପରିବାର ଅଦାଲତର ବିଚାରପତି ଆଶିଷ କୁମାର ତ୍ରିପାଠୀ, ସ୍ଥାୟୀ ଲୋକ ଅଦାଲତର ବିଚାରପତି ହିମାଂଶୁ ଶେଖର ବ୍ରହ୍ମା, ରେଜିଷ୍ଟ୍ରର ଶ୍ରୀମତି ପ୍ରତିମା ପାତ୍ର, ଜିଲ୍ଳା ଆଇନ ସେବା ପ୍ରାଧିକରଣର ସଂପାଦକ ମନୋରଂଜନ ମିଶ୍ର, ଅନୁ ବିଭାଗୀୟ ଦଣ୍ଡାଧିକାରୀ ରାଜେନ୍ଦ୍ର ପ୍ରସାଦ ଦାସ,ମହିଳା କୋର୍ଟ ବିଚାରପତି ସୋନାଲ ଶର୍ମା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସୁନ୍ଦର ପରିବେଶକୁ କିପରି ସୁନ୍ଦର, ସୁସ୍ଥ ଓ ସବୁଜ ରଖାଯାଇ ପାରିବ ଓ ଏଥିନିମନ୍ତେ ବର୍ଯ୍ୟବସ୍ତୁ ପରିଚାଳନାର ସଠିକ ପରିଚାଳନା ଉପରେ ପରିବାର ଅଦାଲତର ବିଚାରପତି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ । ପରେ ପରେ ରାଜ୍ୟ ପ୍ରଦୁଷଣ ବୋର୍ଡ, ରାୟଗଡ ଶାଖାର ଆଂଚଳିକ ଅଧିକାରୀ ପ୍ରଶାନ୍ତ କର ବିଭିନ୍ନ ଉପାୟ ଉପରେ ବିଷଦ ଧାରଣା ଦେଇଥିଲେ । ସର୍ବୋପରି ଏହି କାର୍ଯ୍ୟକ୍ରମରେ ପେନାଲ ଓକିଲ, ପାରା ଲିଗାଲ ଭଲ୍ୟୁଂଟର, ଆଇନ ସଚେତନତା କ୍ଳବର ଛାତ୍ରଛାତ୍ରୀଙ୍କୁ ମିଶାଇ ସର୍ବୋମୋଟ ୧୦୦ରୁ ଉର୍ଦ୍ଧ ଲୋକ ସକ୍ରିୟ ଅଂଶ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.