ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରେମ ପାହାଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡ, (ଶିବ ନାରାୟଣ ଗୈାଡ): ସଟଡାଉନ କଟକଣା ଯୋଗୁଁ ଗୋଟିଏ ଦିନ ପୂର୍ବରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ(ଓଏସପିସିବି), ଓଡିଶା, ରାୟଗଡ ତରଫରୁ ସ୍ଥାନୀୟ ପ୍ରେମ ପାହାଡରେ ଜୁନ୍ ୫ତାରିଖ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କୋଭିଡ ନିୟମ ପାଳନ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୀମିତ ସଂଖ୍ୟକ ଅତିଥିଙ୍କ ଗହଣରେ ହୋଇଛି ବୃକ୍ଷରୋପଣ ।

Omkar Vasthu
Omkar Vasthu


ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣ କରିବା ସହ ସହରାଂଚଳ ଜୈବମଣ୍ଡଳ ପୁନରୁଦ୍ଧାର ନିମନ୍ତେ ସହଯୋଗର ହାତ ବଢାନ୍ତୁ ବୋଲି ଜିଲ୍ଳା ପ୍ରଶାସନର ନିବେଦନ ରହିଛି ବୋଲି କହିଥିଲେ । ସେହିପରି ପ୍ରେମ ପାହାଡକୁ ସଂପୂର୍ଣ୍ଣ ପ୍ରାକୃତିକ ସୈାନ୍ଦର୍ଯ୍ୟର ରୂପରେଖ ଦେବାକୁ ବନୀକରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ମହାମାରୀ କୋଭିଡ ବିପତି ସମୟରେ ସମାଜକୁ ଆବଶ୍ୟକ ପଡୁଥିବା ଅମ୍ଳଜାନ ଓ ସୁସ୍ଥ ପରିବେଶର ଉପାଦେୟତା ବିଷୟରେ ଆଲୋଚନା କରିଥିଲେ ।

Pearl dental clinic
Near Ashish Medical Store, Bhawanipatna


ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ରାୟଗଡର ଆଂଚଳିକ ଅଧିକାରୀ ପ୍ରଶାନ୍ତ କର, ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ଶ୍ରୀମତି ପ୍ରଲୀନା ପ୍ରଧାନୀ, ପୈାର ନିର୍ବାହୀ ଅଧିକାରୀ ୟାସିଦ ବିଲାଲ ଅହମ୍ମଦ, ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ, ୱାକର୍ସ କ୍ଳବର ସଦସ୍ୟ ଶଙ୍କର୍ଷଣ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ରହି ୨୦ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ବୃକ୍ଷରୋପଣ କରିଥିଲେ ।

Udyog Nursery
Udyogi Nursery


ପ୍ରେମ ପାହାଡର ଚତୁର୍ପାଶ୍ବରେ ପରିକ୍ରମା କରିବା ପରେ ବନୀକରଣ ବ୍ୟବସ୍ଥା ଉପରେ ଜିଲ୍ଳାପାଳ ଶ୍ରୀ ମିଶ୍ର ଜେକେ କାଗଜ କଳ ଓ ଉତ୍କଳ ଆଲୁମିନା କର୍ତୁପକ୍ଷଙ୍କୁ ଦୃଷ୍ଟି ଦେବାକୁ ବିଚାର ବିମର୍ଶ କରିଥିଲେ । ଆସନ୍ତା ଜୁଲାଇ ମାସରେ ପ୍ରେମ ପାହାଡରେ ୧ହଜାର ସଂଖ୍ୟକ ବୃକ୍ଷରୋପଣ କରାଯିବା ନିମନ୍ତେ ଆଜି ପରିବେଶ ଦିବସରେ ଏହାର ଶୁଭାରମ୍ଭ ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ’ଜୈବମଣ୍ଡଳ ପୁନରୁଦ୍ଧାର’ (ପ୍ରକୃତି ସହିତ ସୁସମ୍ପର୍କ ସ୍ଥାପନ) ଶୀର୍ଷକ ବିଷୟବସ୍ତୁ ରହିଥିବା ନେଇ ଓଏସପିସିବି ରାୟଗଡ ଜିଲ୍ଳାର ଆଂଚଳିକ ଅଧିକାରୀ ପ୍ରଶାନ୍ତ କର ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.