ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ ଟିକାକରଣ କାର୍ଯକ୍ରମ

ଜୟପାଟଣା: ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟରେ ଆଜି ସକାଳ ୮ଟାରୁ କୋଭିଡ ଟିକାକରଣ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ୪୫ ବର୍ଷ ରୁ ଉର୍ଦ୍ଧ ବୟସ ର ବ୍ୟକ୍ତିମାନଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଥିଲା। ଏଥିପାଇଁ କୋଭିଡ ଟିକା ନେବା କୁ ଆସିଥିବା ଉପରୋକ୍ତ ବୟସ ର ବ୍ୟକ୍ତିମାନେ ନିଜ ନିଜ ର ଆଧାର କାର୍ଡ ଓ ମୋବାଇଲ୍ ନମ୍ବର୍ ସାଙ୍ଗରେ ନେଇ ଆସି କୋଭିଡ ଟିକା ନେଇ ଥିବା ଦେଖିବାକୁ ମିଳିଥିଲା। ଆଜି ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତର ୩ ଗୋଟି ସ୍ଥାନ ଯଥା; ରେଙ୍ଗଲପାଲି ପରମାନନ୍ଦ ଉଚ୍ଚ ବିଦ୍ୟାଳୟ, କୋଦୋଭଟ୍ଟା ଉ:ପ୍ରା: ବିଦ୍ୟାଳୟ ଓ ଗୋଡ଼ଭଞ୍ଜା ଉ:ପ୍ରା: ବିଦ୍ୟାଳୟ ଠାରେ କୋଭିଡ ଟିକା ପ୍ରଦାନ କରାଯାଇଥିଲା। ଏଥିରେ ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଣବ କୁମାର ଚାନ୍ଦ, ଗ୍ରାମ ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶ୍ବ ରଞ୍ଜନ ପଣ୍ଡା, ଆଶାକର୍ମୀ, ଏଏନଏମ୍ ଏବଂ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହି କୋଭିଡ ଟିକା ନେବାକୁ ରହିଥିବା ବ୍ୟକ୍ତି ମାନଙ୍କୁ ଘର ଘର ଯାଇ ଡାକି ଆଣି କୋଭିଡ ଟିକା ନେବାକୁ ବୁଝାଇଥିଲେ। ଦିନ ୧୨ଟା ପର୍ଯ୍ୟନ୍ତ ୪୦ ଜଣ ବ୍ୟକ୍ତିଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଥିବା ସୁଚନା ମିଳିଥିଲା। ଅନ୍ୟ ପକ୍ଷରେ ଆସନ୍ତା କାଲି (ଶନିବାର) ଭଇଁରିପାଲି ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ କୋଭିଡ ଟିକା ପ୍ରଦାନ କରାଯିବ ବୋଲି ସୁଚନା ମିଳିଛି।

Omkar Vasthu
Omkar Vasthu

ଜୟପାଟଣାରୁ ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.