ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସ୍ବେଛାକୃତ ରକ୍ତଦାନ କାର୍ଯ୍ୟକ୍ରମ

ନୂଆପଡ଼ା: କୋମନା ବ୍ଲକ ଘାଟିପଡା ଠାରେ ଥିବା ଶ୍ରୀ ସାଇ ଜୁନିୟର କଲେଜ ପ୍ରାଙ୍ଗଣରେ ଜିଲ୍ଲା କ୍ରିକେଟ ସଂଘ ତରଫରୁ ଆଜି ସ୍ବେଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କ୍ରିକେଟ ସଂଘ ସମ୍ପାଦକ ସରୋଜ ସାହୁ (ଭୈରବ ସାହୁ)ଙ୍କ ଆହ୍ୱାନ କ୍ରମେ ଏହି ସ୍ବେଛାକୃତ ରକ୍ତଦାନ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

Omkar Vasthu
Omkar Vasthu


ଜିଲ୍ଳା କ୍ରିକେଟ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ନୂଆପଡା ଜିଲ୍ଲାପାଳ ସ୍ବଧାଦେଵ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାନୁପ୍ରତାପସିଂ ମାଝୀ, ସମାଜସେବୀ ସୋମନାଥ ଖମାରୀ,

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ସଦର ବିଇଓ ସେମସାଗର ମହାନନ୍ଦ, ସାଇ କଲେଜ ଏମଡି ମୁକେଶ ଭାଷଣୀ, ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା. ଲଳିତ ମୋହନ ବିଶି, ୟୁଥ ମାସ କ୍ଲବ ସଭାପତି ଅମରେଶ ଦାସ(ବାପି) ଓ ସମ୍ପାଦକ ସୁଧୀର ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।


ଏହି ରକ୍ତଦାନ ଶିବିରରେ ୨୮ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରା ଯାଇଥିଲା। ସମସ୍ତ ସ୍ବେଚ୍ଛାକୃତ ରକ୍ତଦାତା ମାନଙ୍କୁ ସଂଘ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ଅବସରରେ ନିୟମିତ ରକ୍ତଦାତା କିଶୋର ପରିଡାଙ୍କୁ ଜିଲ୍ଲାପାଳ ଉପାଢୋକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲା। ୟୁଥ ମାସ କ୍ଲବର ସମସ୍ତ ସଦସ୍ୟ ଏହି ସ୍ବେଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଟିକୁ ପରିଚାଳନା କରିବା ସହିତ ସହଯୋଗ ମଧ୍ୟ କରିଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.