ମାଣପୁର ପଞ୍ଚାୟତରେ ବିଶୋଧନ କାର୍ଯ୍ୟକ୍ରମ ଓ ଜନସଚେତନତା

କଟକ: କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ କଟକ ସଦର କିଶନନଗର ଥାନା ଉପକଣ୍ଠ ମାଣପୁର ପଞ୍ଚାୟତର କଲରାବାଙ୍କ, ତିଆଡିସାହି, ସାଧୁସାହି, ଲେଉଟିଆକଣ ଆଦି ବହୁ ଗ୍ରାମ, ସ୍ଥାନୀୟ ହନୁମାନ ମନ୍ଦିର, ଦୋକାନ, ଏଟିଏମ, କାନାରା ବ୍ୟାଙ୍କ, କଲରାବାଙ୍କ ଡାକଘର, ଅନାଦି ସାମନ୍ତ ମେମୋରିଆଲ ହସପିଟାଲ, ପୋଲିସ ଫାଣ୍ଡି, ନିଳିମାରାଣୀ କ୍ୟାଣ୍ଟିନ, ଜନଗହଳିପୂର୍ଣ୍ଣ ଅଞ୍ଚଳ ଆଦି କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ ସାମଗ୍ରୀ ସିଂଚନ ସହ ଜନ ସଚେତନତା ଓ ନୋଜମାସ୍କ ବଣ୍ଟନ କରାଯାଇଛି। ଏହି ସେବାକାର୍ଯ୍ୟ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶ କ୍ରମେ କବି ଭୂଷଣ ଆଚାର୍ଯ୍ୟ, ସଂଜୟ ପରିଡା, ହେମନ୍ତ ବେହେରା, ସୁବାଷ ଭୋଇ, ସଂଜୀବ ବାରିକ, ଶରତ ସେଠୀ, ସୁରେଶ ଦାସ, ପ୍ରତାପ ଭୋଇ, ପ୍ରକାଶ ରାଉତ ପ୍ରମୁଖ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.