ପାହାଡ଼ ଶିଖରରୁ ଉଦ୍ଧାର ହେଲା ନିଖୋଜ ବ୍ୟକ୍ତିଙ୍କ ଗଳିତ ଶବ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଅନ୍ତର୍ଗତ ଅଲାତରା ଗ୍ରାମର ଶ୍ୟାମ ସୁନ୍ଦର ସାହୁ(୫୫) ଗତ ମଇ ମାସ ୨୯ତାରିଖ ସକାଳ ୯ଟାରୁ ଘରୁ କୁଆଡ଼େ ନିଖୋଜ ହେଇଯାଇଥିଲେ । ପରିବାର ବର୍ଗ ବହୁତ ଖୋଜାଖୋଜି କରିଥିଲେ ହେଁ ତାଙ୍କରି କୌଣସି ସନ୍ଧାନ ପାଇନଥିବାବେଳେ ଆଜି ନିକଟରେ ଥିବା ସୁନାମୁଖୀ ପାହାଡ଼ଶିଖରେ ଏକ ଶବ ପଡ଼ିଥିବା ପାହାଡ଼ ଉପରକୁ ଏକ ଶାଗ ତୋଳିବା ପାଇଁ ଯାଇଥିବାବେଳେ ପଚାଗନ୍ଧ ଆସିଥିଲା, ଏହାକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ତରଫରୁ ମ.ରାମପୁର ଥାନାକୁ ଖବର ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଖବର ପାଇ ମ.ରାମପୁର ପୋଲିସ ପାହାଡ଼ ଶିଖରକୁ ଯାଇ ଗଳିତ ଶବକୁ ଜବତ କରିଛି । ଶବ ନିକଟରେ ଏକ ବିଷ ବୋତଲ ପଡ଼ିଥିବାବେଳେ ଏହି ମୃତ୍ୟୁ ରହସ୍ୟ ସନ୍ଦେହ ଘେରରେ ରହିଛି । ତେବେ ପରିବାର ତରଫରୁ ଏହାକୁ ହତ୍ୟା ମାମଲା ବୋଲି ଅଭିଯୋଗ କରିଛନ୍ତି । ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ମ.ରାମପୁର ପୋଲିସ ତରଫରୁ ପ୍ରକାଶ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.