ବୌଦ୍ଧ: ସ୍ଥାନୀୟ ଯୋଗୀନ୍ଦ୍ରଦେବ ହାଇସ୍କୁଲ ଶତବାର୍ଷିକୀ ସଭାଗୃହଠାରେ ଜିଲ୍ଲା ଲେଖକ-ପାଠକ ମଂଚର ଆବାହକ ଯୁବକବି ନରେନ୍ଦ୍ର କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନାଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।
କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ‘ଆମ ସମାଜ ଓ ସାଂପ୍ରତିକ ସାହିତ୍ୟର ସ୍ଥିତି, ପ୍ରଗତି ଓ ପରିବ୍ୟାପ୍ତି’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ବକ୍ତା ଭାବେ ଲେଖକ କୁମାର ହାସନ, ସରୋଜ ମହାନ୍ତି, ପବିତ୍ର ମୋହନ ଦାଶ, ଅମିୟ ପାଣ୍ଡବ, କେଦାର ମିଶ୍ର, ପୀତାମ୍ବର ତରାଇ, ବାସୁଦେବ ପାତ୍ର, ଆଦିତେଶ୍ୱର ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେଶନରେ ମାଟି ବିଷୟରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ କବି ଅକ୍ଷୟ କୁମାର ରାଉତ ଓ କିଶୋର ମିଶ୍ର ଯୋଗ ଦେଇଥିବା ବେଳେ, ଅବକାଶ ପ୍ରଧାନ, ରଞ୍ଜିତା ପଣ୍ଡା, ରଞ୍ଜୁ ଅମାତ ପ୍ରମୁଖ ସଂଯୋଜନା କରିଥିଲେ ।