ଶିକ୍ଷା ବଞ୍ଚାଅ – କ୍ଯାମ୍ପସ ବଞ୍ଚାଅ – ଓଡିଶା ବଞ୍ଚାଅ ଅଭିଯାନ ପାଇଁ ରାଜ୍ଯସ୍ତରୀୟ ଛାତ୍ର ନେତୃତ୍ଵ କନଭେନଶନ

● ଅବିଳମ୍ବେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ଶ୍ରେଣୀଗୃହ ଶିକ୍ଷା ଦାନ ଦାବିରେ ଆନ୍ଦୋଳନ ଆହୁତ

ଭୁବନେଶ୍ଵର: କରୋନା ମହାମାରୀ ଆଳରେ ଗତ ୨୦୨୦ମାର୍ଚ୍ଚ ମାସଠାରୁ ସମଗ୍ର ଦେଶରେ ଶିକ୍ଷା ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ଧ୍ଵଂସ ସ୍ତୁପରେ ପରିଣତ କରାଯାଇଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲି ତୁରନ୍ତ ଶ୍ରେଣୀଗୃହ ଶିକ୍ଷା ଦାନ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ଦେଇ ଶିକ୍ଷା ବ୍ୟବସ୍ଥାକୁ ଚଳ ଚଞ୍ଚଳ କରିବା, ସଠିକ ସମୟରେ ପରୀକ୍ଷା କରିବା, ଫଳ ପ୍ରକାଶନ ଓ ଉପର ଶ୍ରେଣୀରେ ନାମ ଲେଖା ପ୍ରକ୍ରିୟାକୁ ତ୍ଵରାନ୍ଵିତ କରିବା, ଶିକ୍ଷାନୀତି ନାମରେ ଶିକ୍ଷା ସଂକୋଚନର ଷଡ଼ଯନ୍ତ୍ରକୁ ମୁକାଵିଲା କରିବାର ଜରୁରୀ ଆବଶ୍ୟକତାକୁ ନେଇ “ଶିକ୍ଷା ବଞ୍ଚାଅ – କ୍ଯାମ୍ପସ ବଞ୍ଚାଅ – ଓଡିଶା ବଞ୍ଚାଅ” ରାଜ୍ଯସ୍ତରୀୟ ଛାତ୍ର ନେତୃତ୍ଵ କନଭେନଶନ ଭୁବନେଶ୍ଵରଠାରେ ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରା ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।


ଏହି କନଭେନଶନରେ ମୁଖ୍ଯ ଅତିଥି ଭାବେ ଏଆଇଏସ୍ଏଫ୍ ର ଜାତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ଭିକୀ ମାହେଶରୀ ଏଵଂ ମୁଖ୍ଯ ବକ୍ତା ଭାଵେ ଅବସରପ୍ରାପ୍ତ ଓଡିଶା ଉଚ୍ଚ ଶିକ୍ଷା ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମୀୟ କୁମାର ମହାନ୍ତି ଯୋଗ ଦେଇ ସମସ୍ତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସଚେତନ ଓ ସଂଗଠିତ କରି ଛାତ୍ର ଆନ୍ଦୋଳନ ମାଧ୍ଯମରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାରଙ୍କୁ ବାଧ୍ୟ କରିବା, ଛାତ୍ରାଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଶିକ୍ଷା ସଂକୋଚନ ବିରୁଦ୍ଧରେ ଶକ୍ତିଶାଳୀ ଆନ୍ଦୋଳନ ପାଇଁ ସଂକଳ୍ପ ପାଳିତ ହୋଇଅଛି।


ଏହି କନଭେନଶନରେ ସୁଭ୍ରା ରାଣୀ ସାହୁ, କାହ୍ନୁ ଚରଣ ପରିଡା, ଏମ୍ ଏଲ୍ ଦେଶପ୍ରିୟ, ଦୀନେଶ ରଞ୍ଜନ ରାଉତ,ରୀତୁ ପ୍ରସାଦ, ବିବେକ କ୍ରୀଷ୍ଣା, ରାଜା ରାମ ଡାଙ୍ଗ୍ରୀ, ରଶ୍ମି ରଞ୍ଜନ, କବିତା ପଲକିଆ ପ୍ରମୁଖ ଶିକ୍ଷା ସଂକୋଚନ ସମ୍ପର୍କରେ ଗଭୀର ଉଦବେଗ ପ୍ରକାଶ କରିଥିଲେ। ଏହି କନଭେନଶନରେ ସେପ୍ଟେମ୍ଵର ମାସବ୍ୟାପୀ ଛାତ୍ର ଆନ୍ଦୋଳନ, ସେପ୍ଟେମ୍ଵର ଶେଷ ପର୍ଯ୍ଯୟରେ ଶିକ୍ଷାନୀତି ଉପରେ ରାଜ୍ଯସ୍ତରୀୟ କର୍ମଶାଳା, ଏଆଇଏସ୍ଏଫ୍ ର ସଭ୍ଯ ସଂଗ୍ରହ ଓ ଶାଖା ସମ୍ମିଳନୀ, ଅକ୍ଟୋବର ମଧ୍ଯରେ, ନଭେମ୍ଵରରେ ଜିଲ୍ଲା ସମ୍ମିଳନୀ ନଭେମ୍ଵର ଶେଷ ପର୍ଯ୍ଯାୟରେ ରାଜ୍ଯ ସମ୍ମିଳନୀ ପାଇଁ ନିଷ୍ପତ୍ତି ହୋଇଅଛି।


ଏହି ସମ୍ମିଳନୀ ପର୍ଯ୍ଯନ୍ତ ରାଜ୍ଯ ପରିଷଦକୁ ୨୦ଜଣ ଛାତ୍ର ନେତାଙ୍କୁ ନିମନ୍ତ୍ରିତ ସଦସ୍ଯ ଭାବେ, କାହ୍ନୁ ଚରଣ ପରିଡାଙ୍କୁ କାର୍ଯ୍ଯକାରୀ ସମ୍ପାଦକ ଓ ବିବେକ କ୍ରୀଷ୍ଣାଙ୍କୁ କାର୍ଯ୍ଯକାରୀ ଅଫିସ ସମ୍ପାଦକ ଓ କୋଷାଧ୍ଯକ୍ଷଭାଵେ ଦାୟିତ୍ଵ ପ୍ରଦାନ କରାଯାଇଛି। କନଭେନଶନ ଅଵସରରେ କେନ୍ଦୁଝର ଜିଲ୍ଲା କମିଟି ପକ୍ଷରୁ ଵିପ୍ଳଵୀ ସଂଗୀତ, ରାୟଗଡା ଜିଲ୍ଲା କମିଟି ପକ୍ଷରୁ ସ୍ଳୋଗାନ୍, ଓ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ୟେ ଭଗତ ସିଂହ ତୁ ଜୀନ୍ଦା ହେ ର ଆକର୍ଷଣୀୟ ନାଟକ ପରିବେଷଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.