ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

● ହତ୍ୟା ନା ଆତ୍ମହତ୍ୟା ହୋଇନାହିଁ ସ୍ପଷ୍ଟ, ପୋଲିସର ତଦନ୍ତ ଜାରି

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ବେନଗାଁ ପଞ୍ଚାୟତର ବଣକାଳୀ ଗ୍ରାମରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ୍ୟୁ ଦେହ ଏକ ଗଛରୁ ଉଦ୍ଧାର କରିଛି ବିଜେପୁର ପୋଲିସ। ବଣକାଳୀ ଗାଁ ନିକଟସ୍ଥ ହଳଦୀ ପାହାଡ଼ରେ ଏକ କୁସୁମ ଗଛରେ ଯୁବକର ମୃତ ଦେହ ଝୁଲନ୍ତା ଅବସ୍ଥାରେ ରହିଥିବା ବେଳେ ଖବର ପାଇ ମୃତ ଇନ୍ଦ୍ରଙ୍କ ସାନ ଭାଇ ଶିବ ମାଝୀ ଘଟଣା ସ୍ଥଳକୁ ଆସି ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଆସି ଗଛରୁ ଶବ ଟିକୁ ଉଦ୍ଧାର କରିଥିଲା। ମୃତ ଯୁବକ ଜଣକ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ପଞ୍ଚାୟତର ମନସ୍କା ଗ୍ରାମର ପୁନ୍ଧୁ ମାଝୀଙ୍କ ପୁଅ ଇନ୍ଦ୍ର ମାଝୀ (୩୦) ବୋଲି ଜଣାପଡିଛି। ସେ ଆଜିକୁ ପ୍ରାୟ ଦୁଇ ବର୍ଷ ତଳେ ନିଜ ପଞ୍ଚାୟତର ଜାମଛୁଆଁ ଗ୍ରାମର ସୁମିତ୍ରା ମାଝୀଙ୍କୁ ବିବାହ କରିଥିଲେ।କିନ୍ତୁ କିଛିଦିନ ସ୍ୱାମୀ, ସ୍ତ୍ରୀ ଦୁହେଁ ରହିଲା ପରେ ଦୁଇ ଜଣଙ୍କ ମଧ୍ୟରେ କୌଣସି କାରଣରୁ କଳହ ହୋଇଥିଲେ। ଏହା ପରେ ସ୍ତ୍ରୀ ସୁମିତ୍ରା କିଛି ଦିନ ହେଲା ଘର ଛାଡି ଲାଞ୍ଜିଗତ ବ୍ଳକ ବେନଗାଁ ପଞ୍ଚାୟତର ବଣକାଳୀ ଗ୍ରାମରେ ନିଜ ଭଉଣୀ ଘରେ ଆସି ରହୁଥିଲେ। ସ୍ୱାମୀ ଇନ୍ଦ୍ର ଖୋଜା ଖୋଜି କଲାପରେ ଖବର ପାଇ ବଣକାଳୀ ଗ୍ରାମକୁ ଆସିଥିଲେ।ସ୍ତ୍ରୀ ଓ ସ୍ୱାମୀ ଦୁଇ ଜଣଙ୍କ ମଧ୍ୟରେ କଥା ବାର୍ତା ହୋଇଥିଲେ। କିନ୍ତୁ ଆଜି ଇନ୍ଦ୍ର ମାଝୀଙ୍କ ମୃତ ଦେହ ଏକ କୁସୁମ ଗଛରେ ଝୁଲୁଥିବା ଦେଖି ମଧ୍ୟ ଲୋକେ ପୋଲିସକୁ ଖବର ଦେଇନଥିଲେ। କୌଣସି ସୂତ୍ରରୁ ନିଜ ଭାଇ ଖବର ପାଇ ଘଟଣା ସ୍ଥଳକୁ ଆସି ବିଜେପୁରେ ଜଣାଇଥିଲେ।ଏହା ପରେ ଥାନା ଅଧିକାରୀ ପ୍ରଶାନ୍ତ କୋଲହାରସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଦାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ ବୋଲି ବିଜେପୁର ଥାନା ଅଧିକାରୀ ଶ୍ରୀ କୋଲହାରସ ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.