ଆର୍ମି ଯବାନ ବାସୁଦେବ ଗମାଙ୍ଗଙ୍କ ଅକାଳ ବିୟୋଗ: ଅଞ୍ଚଳରେ ଶୋକର ଛାୟା

ଗୁଣପୁର/ରାମନାଗୁଡା, (ଦିଲୀପ କୁମାର ପଣ୍ଡା) : ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ପଞ୍ଚାୟତର ଗାଜିଲିଗୁଡା ଗ୍ରାମର ଆର୍ମି ଯବାନ ବାସୁଦେବ ଗୋମଙ୍ଗଙ୍କ ଅକାଳ ବିୟୋଗ ହୋଇଛି। ସେ କାର୍ଯ୍ୟରତ ଥିବା ସମୟରେ ତାଙ୍କର ଦେହ ଅସୁସ୍ଥ ହୋଇ ପଡ଼ିବାରୁ କୋଲକାତା ସ୍ଥିତ କମାଣ୍ଡାଣ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କିଡନୀ ସମସ୍ୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

୧୯୮୩ ମସିହା ମାର୍ଚ୍ଚ ୧୬ରେ ଜନ୍ମିତ ଏହି ବୀର ଜବାନ ୩୮ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଚଳିତ ମାସ ୧୪ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ଜଣେ ଭଦ୍ର ଓ ନମ୍ର ସ୍ୱଭାବର ବ୍ୟକ୍ତି ଥିଲେ। ବାସୁଦେବ ଗୋମଙ୍ଗ ୨୦୦୧ରେ ବିହାର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ଓ ୨୦ ବର୍ଷ ନିମନ୍ତେ ଅନୁବନ୍ଧିତ ଥିଲେ, ମାତ୍ର ଏକବର୍ଷପରେ ସେ ଅବସର ନେଇଥାନ୍ତେ। ତାଙ୍କର ଅକାଳବିୟୋଗରେ ବାପା ନିଳାମ୍ବର, ମା ବିଜୟଲକ୍ଷ୍ମୀ, ଭାଇ ମହେନ୍ଦ୍ର ଓ ପତ୍ନୀ ତଥା ୨ ପୁଅଝିଅ ଗଭୀର ଦୁଃଖରେ ଭାଙ୍ଗି ପଡିଛନ୍ତି। ସେ କିଛିଦିନ ପୂର୍ବରୁ ପରିବାର ଲୋକଙ୍କୁ ଓ ସାଙ୍ଗସାଥିଙ୍କୁ ଫୋନରେ କହିଥିଲେ ଯେ, ଗଣେଶପୂଜା ଓ ରାକ୍ଷୀପୂର୍ଣ୍ଣିମାରେ ଗାଁକୁ ଆସିବେ, ମାତ୍ର ତାଙ୍କ ମରଶରୀରକୁ ଦେଖି ସମସ୍ତେ ହତବାକ ହୋଇଯାଇଥଗଲେ। ଅଞ୍ଚଳରେ ଶୋକର ଛାୟା ଖେଳିଯାଇ କାନ୍ଦ ବୋବାଳି ରେ ଗାଁ ଦାଣ୍ଡ ଫାଟି ପଡୁଥିଲା।

Udyog Nursery
Udyogi Nursery

ଏଭଳି ଯବାନକୁ ଆମ ଗାଁ ମାଟି ଜନ୍ମ ହୋଇଥିବାରୁ ଆମେ ଗର୍ବିତ ବୋଲି ସ୍ବର୍ଗତ ବୀର ଯବାନଙ୍କ ସାଥି କହିଛନ୍ତି। ତାଙ୍କ ମରଶରୀର ସହ ସୁବେଦାର କରନ କାନାସିୟା, କଲ୍ୟାଣ କରକାଟା, ହାବିଲଦାର ବି.ବି. ସିଂ ଓ ଏନ.କେ. ପ୍ରଧାନ ଆସିଥିଲେ। ପରିବାରବର୍ଗ, ସାଙ୍ଗସାଥି ଓ ଗ୍ରାମବାସୀମାନେ ତାଙ୍କ ମରଶରୀରକୁ ଜାତୀୟପତାକା ଦ୍ଵାରା ଘୋଡ଼ାଇ ଗ୍ରାମପରିକ୍ରମା କରି ସାରିବା ପରେ ନିଜ ପୈତୃକ ଗ୍ରାମ ଗାଜିଲି ଗୁଡା ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.