କୃଷି ସମସ୍ୟା: ତହସିଲଦାରଙ୍କୁ ଦାବିପତ୍ର ଦେଲେ ବଡ଼ ପୋଡ଼ାଗୁଡା ପଞ୍ଚାୟତର ଚାଷୀ

କୋକସରା, (ହିରଣ୍ୟ ବେହେରା): ଚଳିତ ବର୍ଷ ଆବଶ୍ୟକତା ଠାରୁ କମ ବର୍ଷା ହୋଇଥିବା ରୁ କୋକସରା ବ୍ଲକ ବଡ଼ ପୋଡାଗୁଡା ପଞ୍ଚାୟତର ଚାଷୀ ମାନେ ବର୍ତ୍ତମାନ ପର୍ଯ୍ୟନ୍ତ ରୁଆ ବେଉଷଣ ହୋଇ ପାରୁନଥିବାରୁ ଆଜି କୋକସରା ତହସିଲଦାରଙ୍କୁ ଭେଟି ନିଜ ସମସ୍ୟାକୁ ନେଇ ଏକ ଦାବିପତ୍ରପ୍ରଦାନ କରିଛନ୍ତି । ଅଣ ଜଳସେଚିତ ଓ ମରୁଡି ପ୍ରବଣ ଅଞ୍ଚଳ ହୋଇଥିବାରୁ ଚାଷୀ ମାନେ ଆସନ୍ନ ମରୁଡି କବଲରେ ଦିନ ଗଣୁଛନ୍ତି । ପ୍ରଥମରୁ ବର୍ଷା ଠିକ ଥିବା ବେଳେ ଚାଷି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ ପରେ କିନ୍ତୁ ଚାଷୀଙ୍କୁ ଧୋକା ଦେଇଛି ବର୍ଷା । ଆକାଶରେ ମେଘ ରହିଛି ହେଲେ ବର୍ଷୁ ନାହିଁ । ଚାଷୀମାନେ ବ୍ୟାଙ୍କ ସମବାୟ ଫାଇନାନ୍ସ କମ୍ପାନୀରୁ ଋଣ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ବର୍ଷା ଅଭାବ ଯୋଗୁଁ ସବୁ ଠପ୍ ହୋଇଛି । ଚଳିତ ବର୍ଷ ଠାରୁ କୋକସରା ବ୍ଲକକୁ ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନ ପ୍ରକଳ୍ପରୁ ଜଳସେଚନ ଆରମ୍ଭ ହୋଇଛି । ତେବେ ପୋଡ଼ାଗୁଡା ପଂଚାୟତ ର ଇଞ୍ଚେ ଚାଷ ଜମିକୁ ପାଣି ଲାଗୁନାହିଁ । ଏଣୁ ମେଗାଲିଫ୍ଟ କେନାଲକୁ ସମ୍ପ୍ରସାରଣ କରି ଜଳଯୋଗାଣ କରିବାକୁ ଦାବି ରହିଛି ।

Omkar Vasthu
Omkar Vasthu


ଅନ୍ୟ ଦାବି ମଧ୍ୟରେ ଅନାବୃଷ୍ଟି ଯୋଗୁ କ୍ଷତିଗ୍ରସ୍ତ ଚାଷିଙ୍କୁ ଇନପୁଟ ସବସିଡ଼ି ପ୍ରଦାନ ଚାଷୀଙ୍କ କୃଷିଋଣ ଛାଡ ଅଞ୍ଚଳର ଚାଷୀ ଦେଇଥିବା ଡିପ ବୋରୱେଲ ଶୀଘ୍ର ମଞ୍ଜୁର ଓ ଖୋଲା ଯାଇଥିବା ଡିପ ବୋରୱେଲକୁ ବିଦ୍ୟୁତ ସଂଯୋଗ ଏହାସହ ବଡ଼ ପୋଡ଼ାଗୁଡା ଏକ ରାଜସ୍ୱ ଗ୍ରାମ ହୋଇଥିବା ବେଳେ ଜମି ବନ୍ଦୋବସ୍ତ ହୋଇନାହିଁ । ଏଣୁ ଜମି ବନ୍ଦୋବସ୍ତ ପାଇଁ ମଧ୍ୟ ଦାବି କରିଛନ୍ତି l ପଞ୍ଚାୟତର ଚାଷୀ ଓ ଗ୍ରାମବାସୀ ମଙ୍ଗଳବାର ସରପଞ୍ଚ ପ୍ରତିନିଧି ଓ ନାଏବ ସରପଞ୍ଚ ଧନୁ ଦୁର୍ଗାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଓ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର କୋକସରା ତହସିଲଦାର ମନୋଜ କୁମାର ପାଢୀଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଉପରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ବଡ଼ ପୋଡ଼ାଗୁଡା ଗ୍ରାମବାସୀ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.