କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ନିଶିଗନ୍ଧା ଭାଷା ପ୍ରତିଷ୍ଠାନର ଦକ୍ଷିଣାଞ୍ଚଳ ଜୋନ ପକ୍ଷରୁ “ସ୍ୱାଧୀନ ଭାରତ” କବିତା ଶୀର୍ଷକ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି। ପବିତ୍ର ସ୍ବାଧୀନତା ଦିବସର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ଏହି କବିତା ଆସରରେ ଦକ୍ଷିଣାଞ୍ଚଳ ଜୋନର ସଭାପତି ଜମ୍ବେଶ୍ୱର ଦଳାଇ ଅଧ୍ୟକ୍ଷତା କରିଥିଲେ। ଏଥିରେ ସାରସ୍ୱତ ସାଧକ ମାନଙ୍କ ମଧ୍ୟରୁ ଗଞ୍ଜାମର ପ୍ରମିଳା ପାଣି, କନ୍ଧମାଳରୁ କୌଶଲ୍ୟା ବେଉରିଆ, ମାଲକାନଗିରିରୁ ପ୍ରିୟମ୍ବଦା ରାଉତ, କୋରାପୁଟରୁ ଜମ୍ବେଶ୍ୱର ଦଳାଇ, ନବରଙ୍ଗପୁରରୁ ସୁଶ୍ରୀ ନମିତା ପଟ୍ଟନାୟକ, କୋରାପୁଟରୁ ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, କନ୍ଧମାଳରୁ ନିରୋଦ ଚନ୍ଦ୍ର ଜେନା, କବି ସୌରଭ କୈଳାଶ ଚନ୍ଦ୍ର ବେହେରା, ଗଞ୍ଜାମରୁ ପବିତ୍ର ବେହେରା ପ୍ରମୁଖ କବି ଏବଂ କବୟତ୍ରୀ ଏହି କବିତା ଆସରରେ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଦକ୍ଷିଣାଞ୍ଚଳର ସଭାପତି ଜମ୍ବେଶ୍ୱର ଦଳାଇ ଧନ୍ୟବାଦ ପ୍ରଦାନ କରିଥିଲେ।