ଜିଲ୍ଲା ସ୍ତରୀୟ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଛାତ୍ରୀଙ୍କୁ ଲାଞ୍ଜିଗଡ଼ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ସମ୍ବର୍ଦ୍ଧନା

ଲାଞ୍ଜିଗଡ଼, ୨୦|୮: ସୂଚନା ଓ ଲୋକ ସମ୍ପର୍କ ବିଭାଗ କଳାହାଣ୍ଡି ଦ୍ବାରା ଦେଶର ୭୫ତମ ସ୍ବାଧୀନତା ଦିବସ ଅବସରରେ ଜିଲ୍ଲାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ଭର୍ଚୁଆଲ୍ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଲାଞ୍ଜିଗତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ଭଗବତୀ ଦଣ୍ଡସେନା ଭାଗ ନେଇ କନିଷ୍ଠ ବର୍ଗ କୁଇଜ୍ ପ୍ରତିଯୋଗିତାରେ ଜିଲ୍ଲାରେ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି। ଏଣୁ ଲାଞ୍ଜିଗଡ଼ ବ୍ଳକ ଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ ବ୍ଳକ ପାଇଁ ଗୌରବ ଆଣିଥିବା ଛାତ୍ରୀ ଭଗବତୀ ଦଣ୍ଡସେନାଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏହି ସମ୍ବର୍ଦ୍ଧନା ଉତ୍ସବରେ ଲାଞ୍ଜିଗଡ଼ ସିଆରସିସି ଏମ୍. ସୁନ୍ଦର ଶେଖରଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.