ମାଳିଯୁବାଙ୍ଗରେ ଉଦ୍ଘାଟିତ ହେଲା କାର୍ଜି ମାଝୀ ଯୁବକ ସଂଘ

ଲାଞ୍ଜିଗଡ଼,୨୧/୮: କଳାହାଣ୍ଡିର ନିରକ୍ଷର ସେଚ ଯନ୍ତ୍ରୀ ଭାବେ ଦେଶରେ ପରିଚିତ ଲାଭ କରିଥିବା ଲାଞ୍ଜିଗଡ଼ ବ୍ଳକ ମାଳିଯୁବାଙ୍ଗର ସ୍ବର୍ଗତ କାର୍ଜି ମାଝୀଙ୍କ ନାମରେ ସ୍ଥାପିତ ହେଲା ଯୁବକ ସଂଘ। କାର୍ଜି ମାଝୀଙ୍କ ଜନ୍ମ ସ୍ଥାନ ମାଳିଜୁବାଙ୍ଗ ଉପରପଡାରେ ଏହା ଗଢିଉଠିଛି। ଏକ ବିରଳ ବ୍ୟକ୍ତିତ୍ବର ଅଧିକାରୀ କାର୍ଜି ମାଝୀଙ୍କ ସ୍ମୃତିକୁ ଉଦ୍ଜିବିତ କରିବାପାଇଁ ମାଳିଯୁବାଙ୍ଗ ଓ ବିଜେପୁର ୨ ଗୋଟି ପଞ୍ଚାୟତବାସୀ ତାଙ୍କ ନାମରେ ‘କାର୍ଜି ମାଝୀ ଯୁବକ ସଂଘ’ ଗଠନ କରିଛନ୍ତି। ଏନେଇ ମାଳିଜୁବାଙ୍ଗରେ ଆୟୋଜିତ ସମାରୋହରେ ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ଶିବାଜୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ଯୁବକ ସଂଘକୁ ଉଦଘାଟନ କରିବା ସହ କାର୍ଜି ମାଝୀଙ୍କ ସ୍ମୃତି ଚାରଣ କରିଥିଲେ। କାର୍ଜି ମାଝୀ ଆମ ଅଞ୍ଚଳର ଗର୍ବ ଏବଂ ଗୌରବ। ତାଙ୍କ ପାଇଁ ଆଜି ସୁଖା ଭୁଇଁରେ ସୁନାର ଫସଲ ହସୁଛି। ସେ ନିରକ୍ଷର ହୋଇଥିଲେ ମଧ୍ୟ କୈାଣସି ଇଞ୍ଜିନିୟର ଠାରୁ କମ ନଥିଲେ। ସେ ନିଜସ୍ବ ଜ୍ଞାନ କୈାସଳ ବଳରେ ସୁଷ୍କ ଜମିକୁ ସବୁଜ ସୁଫଳ କରିଥିଲେ ଯାହା ତାଙ୍କୁ ସାରା ଦେଶରେ ପରିଚିତ କରାଇ ପାରିଥିଲା। ନିରକ୍ଷର ଆଦିବାସୀ ସେଚ ଯନ୍ତ୍ରୀ କାର୍ଜି ମାଝୀଙ୍କ ପାଇଁ ଏହି ମାଟି ଗର୍ବିତ ବୋଲି ମୁଖ୍ୟ ଅତିଥି ଶ୍ରୀ ମାଝୀ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମାଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝି, ବିଜୁ ଛାତ୍ର ଜିଲ୍ଲା ସାଧାରଣ ସଂପାଦକ ପରୀକ୍ଷିତ ନାଏକ, ମାଳିଯୁବାଙ୍ଗ ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ସମିତି ସଭ୍ୟା ସନମତି ମାଝୀ, ୱାଡ଼ ମେମ୍ବର ମଧୁସୂଦନ ଦଣ୍ଡସେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହାପରେ ମାଳିଯୁବାଙ୍ଗ ଉପର ପଡାଠାରୁ ତଳପଡା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ କ୍ଳବର କର୍ମକର୍ତ୍ତା ମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଅତିଥିମାନେ ନିକଟସ୍ଥ ମା’ ସନ୍ତୋଷୀ ଜନକଲ୍ୟାଣ ଫାଉଣ୍ଡେସନ ଚିକିତ୍ସାଳୟକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ।କାର୍ଯ୍ୟକ୍ରମଟିକୁ କ୍ଳବର କୃଷ୍ଣ ମାଝୀ ପରିଚାଳନା କରିଥିବାବେଳେ ସୁଧୀର ନାୟକ, ଦିବାକର କାଣ୍ଡବିନ୍ଦା, ନିରାକାର ବାଗଙ୍କ ସମେତ ସଂଘର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.