ଏକାଠି ନବାନ୍ନ ଭକ୍ଷଣ କଲେ ମହିମା ଧର୍ମାବଲମ୍ବୀ

କଳାହାଣ୍ଡି, ୨୨|୮ (ନବୀନ କିଶୋର ସାହୁ): ଶ୍ରାବଣ ପୂର୍ଣ୍ଣିମାର ଶୁଭ ଅବସରରେ ପାରମ୍ପାରିକ ବିଧି ବିଧାନ ଅନୁସାରେ ନବାନ୍ନ ଭକ୍ଷଣ କରିଛନ୍ତି ମହିମା ଧର୍ମାବଲମ୍ବୀ। ଏହି କ୍ରମରେ କର୍ଲାମୁଣ୍ଡା ବ୍ଲକ ଶିଆଲପଲା ଓ ଲଷ୍ମୀପଡା ନିକଟରେ ଥିବା ଭୀମଭୋଇ ସାଂସ୍କୃତିକ କଳାମଣ୍ଡପ ଓ ଗ୍ରନ୍ଥାଳୟ ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନଭକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସାଧୁ ନାଲୁମୋହନ ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ନବାନ୍ନ ଭକ୍ଷଣ ଉତ୍ସବରେ ତିନି ଶହରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେଇ ଏକାଠି ନବାନ୍ନଭକ୍ଷଣ କରିଥିଲେ। ଶନିବାର ସନ୍ଧ୍ୟାରେ ଅଖଣ୍ଡଦୀପ ପ୍ରଜ୍ଜ୍ୱଳନ ଓ ଭଜନ ପରିବେଷଣ କରାଯାଇଥିବାବେଳେ ରବିବାର ନବାନ୍ନ ଭକ୍ଷଣ କରିଥିଲେ। ଏଥିରେ ମଠର ସାଧୁ ମହେଶ୍ୱର ଦାସ, ସିଆଲପଲା ଓ ଲଷ୍ମୀପଡାର ଗ୍ରାମବାସୀ ଓ ଅନ୍ୟାନ୍ୟ ଗ୍ରାମରୁ ଆସିଥିବା ଭକ୍ତ ବୃନ୍ଦ ସହଯୋଗ କରି ଏକାଠି ନବାହ୍ନ ପର୍ବ ପାଳନ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.