କରୋନା ଯୋଦ୍ଧା ସମାଜସେବୀ ଅଭିରାମ ସାହୁ ସମ୍ବର୍ଦ୍ଧିତ

କଟକ,(ଚକ୍ରବର୍ତ୍ତୀ ଓତା): କଟକ ସଦର ଉପକଣ୍ଠ କନ୍ଦରପୁର ପଂଚାୟତ ବମ୍ବୁରି ଗ୍ରାମର କରୋନା ଯୋଦ୍ଧା ଅଭିରାମ ସାହୁ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(ହୋ) ଦ୍ୱାରା ସମ୍ମାନିତ ହୋଇ ସମଗ୍ର ଅଞ୍ଚଳ ପାଇଁ ଗର୍ଵ ଓ ଗୌରବ ଆଣି ପାରିଛନ୍ତି । ସୂଚନାଯୋଗ୍ୟ କରୋନା ମହାମାରୀ ସମୟରେ କୋଭିଡ଼ -୧୯ର ସମସ୍ତ କାର୍ଯ୍ୟକାରୀ ଯୋଜନା,ପ୍ରସ୍ତୁତି ପ୍ରଣାଳୀ ଏବଂ ଦେଶ ଭିତ୍ତିଭୂମି ଗଠନରେ ଅକୁଣ୍ଠ ସହଯୋଗ,କରୋନା ସଚେତନତା ଆଦି ନିୟମ ଧାରାକୁ ସୂଚାରୁରୂପେ ସମ୍ପାଦନ କରି ମହାମାରୀର ଦୃଢ ମୁକାବିଲାରେ ସହାୟ ହୋଇପାରିଛନ୍ତି । ଶ୍ରୀଯୁକ୍ତ ସାହୁ ଅଧୁନା କଟକ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦର ଉପଦେଷ୍ଟା ମଣ୍ଡଳୀର ସଦସ୍ୟ,କନ୍ଦରପୁର ବଜାରରେ ଅବସ୍ଥାପିତ ମହାବୀର ଔଷଧାଳୟର ନିର୍ଦେଶକ ଭାବେ କାର୍ଯ୍ୟରତ ଏଥିସହ ଜଣେ ସ୍ୱାସ୍ଥ୍ୟକର୍ମୀ,କଳାପ୍ରେମୀ,ସମାଜ ସଂସ୍କାରକ,ପରୋପକାରୀ ଦରଦୀ ମଣିଷଭାବେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଛନ୍ତି ତାଙ୍କ ସାଧନାର ସିକୃତି ସ୍ୱରୂପ ମୁହାଁଣ ସାହିତ୍ୟ ସଂସଦ-ମୁମ୍ବାଇ,ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ-ବୟାଳିଶମୌଜା,ସ୍ଵର୍ଗତ ବସନ୍ତ ଜେନା ସ୍ମୃତି ସଂସଦ-ଦାମୋଦରପୁର,ଉତ୍କଳ ବିକାଶ ପରିଷଦ-କଟକ ସଦର ଆଦି ବିଭିନ୍ନ ସଙ୍ଗଠନ ଦ୍ଵାରା ସମ୍ବର୍ଦ୍ଧିତ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.