କଟକ, ୨୫|୮ (ଚକ୍ରବର୍ତ୍ତୀ ଓତା): କଟକ ସଦର ବୟାଳିଶମୌଜା ଉପକଣ୍ଠ ବରାଳ ଗ୍ରାମରେ ଥିବା ମା ନାରାୟଣୀ କ୍ଲବର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସମାଜସେବୀ ସୁରେନ୍ଦ୍ରନାଥ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ କ୍ଲବର ସଦସ୍ୟ ବୃନ୍ଦ ଉପସ୍ଥିତ ରହିଥିଲେ। ବୈଠକରେ କ୍ଲବର ଆଗାମୀ କାର୍ଯ୍ୟକ୍ରମ ଉପରେ ଆଲୋଚନା ଓ ପର୍ଯ୍ୟାଳୋଚନା ହୋଇଥିଲା।