କଟକ,୨୫|୮ (ଚକ୍ରବର୍ତ୍ତୀ ଓତା): କଟକ ସଦର ମାଟିର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ବୟାଳିଶମୌଜା ଉପକଣ୍ଠ ବରାଳ ଗ୍ରାମର ତ୍ରିନାଥ ମନ୍ଦିର ଠାରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ପରିଷଦର ବିଭିନ୍ନ କାର୍ଯ୍ୟସୂଚୀ ନେଇ ଆଲୋଚନା ହେବାସହ ଅଖଣ୍ଡ ଭାରତ ମାତା ପୂଜନ, ଗ୍ରାମ ମୁରବୀ ଓ ସ୍ଥାନୀୟ ପ୍ରତିଭା ବର୍ଗଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ସହ ଅଶ୍ରିବାଦ ଭିକ୍ଷା ଓ ପ୍ରସାଦ ସେବା ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ବିକାଶ ପରିଷଦର ଅଧ୍ୟକ୍ଷ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ସଭାରେ ପଣ୍ଡିତ ଜଗଦୀଶ ତ୍ରିପାଠୀ, ସମାଜସେବୀ ମହେଶ୍ୱର ପ୍ରଧାନ, କୃତି ଶିକ୍ଷକ ପୀତବାସ ବେଉରା, ସମାଜସେବୀ ବିଷ୍ଣୁ ଚରଣ ଲେଙ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସୁରେଶ ପ୍ରଧାନ, ବିଦ୍ୟାଧର ତ୍ରିପାଠୀ, ଅମେରେନ୍ଦ୍ର ସାହୁ, ଗଜେନ୍ଦ୍ର ବେହେରା, ଶତ୍ରୁଘନ ରାଉଳ, ଅବିନାଶ ବେହେରା, ଜ୍ଞାନରଞ୍ଜନ ବେହେରା, ପ୍ରକାଶ ହାତୀ, ସାହିଲ୍ ପ୍ରଧାନ, ଅଜିତ୍ ସେଠୀ, ସଦାନନ୍ଦ ବାରିକ, ସୌମ୍ୟରଞ୍ଜନ ବେଉରା, ଦେବୀ ପ୍ରସାଦ ପତି, ପ୍ରଭାତ ଦେବତା, ଗାନ୍ଧିଗୁରୁ ଦାସ, ପ୍ରସନ୍ନ ବେହେରା, ସାଗର ବେହେରା, ବିଜୟ ସ୍ୱାଇଁ, ପର୍ଶୁରାମ ବେହେରା, ଅନିିଲ ମହାପାତ୍ର, ଅଭିରାମ ଦଳେଇ, ଆଶୋକ ସାହୁ, ଶାନ୍ତୁନୁ ପରିଡ଼ା, ତୋଫାନ ବିଶ୍ୱାଳ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।