ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ କୋଲକତାର ବଦାନ୍ୟତା: ବାଙ୍କେଲ ୟୁପି ସ୍କୁଲକୁ କମ୍ପ୍ୟୁଟର ଓ ପ୍ରିଣ୍ଟର ପ୍ରଦାନ

● ଉଦ୍ଘାଟନୀ ଉତ୍ସବରେ ଭାବବିହ୍ୱଳ ହେଲେ ଛାତ୍ରଛାତ୍ରୀ ଓ ଶିକ୍ଷକ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମ ପଞ୍ଚାୟତର ବାଙ୍କେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳକୁ ରାଷ୍ଟ୍ରୀୟ ବୀଜ ନିମଗ ଲିମିଟେଡ କୋଲକତା ତରଫରୁ ସିଏସ୍ଆର୍ କାର୍ଯ୍ୟକ୍ରମ ଅନ୍ତର୍ଗତ ୬ ଗୋଟି କମ୍ପୁଟର ଓ ୨ ଗୋଟି ମଲ୍ଟି ପ୍ରିଣ୍ଟର ପ୍ରଦାନ କରାଯାଇଛି । ବାଙ୍କେଲ ଗ୍ରାମବାସୀ, ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଥିପାଇଁ ବହୁତ ଆନନ୍ଦିତ ଥିବା ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu


ଆଜି ଦିନ ୧୦ ଘଣ୍ଟା ସମୟରେ ଏଥିପାଇଁ ବିଦ୍ୟାଳୟରେ ଏକ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିର୍ମଳ ବାରିକଙ୍କ ନେତୃତ୍ୱରେ ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଜାତୀୟ ବୀଜ ନିଗମ ଲିମିଟେଡ କୋଲକତାର ଆଞ୍ଚଳିକ ପରିଚାଳକ ପ୍ରଦୀପ କୁମାର ପଟ୍ଟନାୟକ ଦୀପ ଜାଳି, ନାରିକେଳ ଭାଙ୍ଗି ନାମ ଫଳକ ଉନ୍ମୋଚନ କରିବା ସହିତ ଫିତାକାଟି ନୂତନ କମ୍ପ୍ୟୁଟର କକ୍ଷର ଉଦ୍ଘାଟନ କରିଥିଲେ । ଇତ୍ୟବସରରେ ନର୍ଲା ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ସହକାରୀ ଶିକ୍ଷାଧିକାରୀ ଜୟସେନ ନିଆଲ, ଏରିଆ ମ୍ୟାନେଜର ଜଗଦିଶ ମିଶ୍ର, ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ସମାଜସେବୀ ଲାଲମୋହନ ଦାସ ( ଝପୁ), ବିଦ୍ୟାଳୟର ସହକାରୀ ଶିକ୍ଷକ ଟିକେରାମ ନାଏକ, ପ୍ରସନ୍ନ ପରିଡା, ତାପସ୍ୱିନୀ ନାୟକ, ନର୍ମଦା ଭୋଇ, ନେପାଳ ସାହୁ ତଥା ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ଉପସ୍ଥିତ ଥିଲେ । ଶିକ୍ଷକ ବିଘ୍ନରାଜ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଜାତୀୟ ବୀଜ ନିମଗମ ଲିମିଟେଡ କୋକତାର ଆଞ୍ଚଳିକ ପରିଚାଳକ ଶ୍ରୀ ପଟ୍ଟନାୟକ ସମସ୍ତ ୬ ଗୋଟି କମ୍ପୁ୍ୟଟର ଚଲେଇବା ସହ ଛାତ୍ରଛାତ୍ରୀଙ୍କୁ ବସେଇ କମ୍ପ୍ୟୁଟର ଶିକ୍ଷା ବିଷୟରେ ବୁଝାଇଥିଲେ । ଉଦଘାଟନୀ ପରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଧାନ ଶିକ୍ଷକ ଶ୍ରୀ ବାରିକଙ୍କ ଅଧ୍ୟକ୍ଷତାରେଏକ ସଭାର ଆୟୋଜନ କରାଯାଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ ଯୋଗଦାନ କରି ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ କମ୍ପାନୀର ବଦାନ୍ୟତା ବିଷୟରେ କହିବା ସହିତ ବାଙ୍କେଲ ଭଳି ଏକ ମଫସଲ ଗ୍ରାମର ବିଦ୍ୟାଳରେ ଛାତ୍ରଛାତ୍ରୀଙ୍କ ପାଇଁ କମ୍ପୁଟର ସ୍ୱପ୍ନ ପାଲଟିଥିଲା । ହେଲେ ଜାତୀୟ ବୀଜ ନିଗମ କୋଲକତା ର ଏହି ମହାନତା ପାଇଁ ଆଜି ବାଙ୍କେଲ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପକୃତ ହୋଇ ପାରିଛନ୍ତି ବୋଲି କହିଥିଲେ । ସିଆରସିସି ଶରତ ଚନ୍ଦ୍ର ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ କୋଲକତା କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଓ ନର୍ଲାର ବାଙ୍କେଲ ଗ୍ରାମରେ ବୀଜ ଉତ୍ପାଦନ ନିମନ୍ତେ କାର୍ଯ୍ୟକରୁଥିବାରୁ ଅଞ୍ଚଳର ପାରିପାର୍ଶ୍ୱିକ ବିକାଶ ନିମନ୍ତେ ଏଭଳି କାର୍ଯ୍ୟ ହାତକୁ ନେଇଛି ବୋଲି ରେଜିଓନାଲ ମ୍ୟାନେଜର ପ୍ରଦୀପ କୁାମର ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ଅନ୍ୟପକ୍ଷରେ ନର୍ଲା ଅଞ୍ଚଳରେ ଏତେ ବଡ ବଡ ବ୍ୟବସାୟୀକ ପ୍ରତିଷ୍ଠାନ, ଧାନ ମିଲ, ତିନି ଗୋଟି ବ୍ୟାଙ୍କ ରହିଛି । ସେମାନଙ୍କ ତରଫରୁ ମଧ୍ୟ ନର୍ଲା ଅଞ୍ଚଳର ପାରି ପାଶ୍ୱିର୍କ ଉନ୍ନତି ନିମନ୍ତେ ରାସ୍ତା କଡରେ ଫ୍ରିଜର ଯୁକ୍ତ ପାନୀୟ ଜଳ ଯୋଗାଣ, ବିଦ୍ୟାଳୟ ଗୁଡିକରେ କମ୍ପୁଟର, ପଙ୍ଖା, ଇନଭଟର, ଶୌଚାଳୟ ଭଳି ଅତ୍ୟବଶ୍ୟକୀୟ ଜିନିଷ ଅନୁଦାନ ଦେଇ ପାରନ୍ତେ । ହେଲେ ଏଥିପ୍ରତି ନର୍ଲା ଅଞ୍ଚଳର ବ୍ୟବସାୟୀକ ପ୍ରତିଷ୍ଠାନ ସବୁ ଦୃଷ୍ଟି ଦେଉନଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.