ସମାଜସେବୀ ୰ବଲ୍ଲଭ ତରାଇଙ୍କ ୨୪ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ନିଶିଗନ୍ଧା ପକ୍ଷରୁ ସାରସ୍ୱତ ସମାରୋହ

ଖୋର୍ଦ୍ଧା: ଚିଲିକା ବ୍ଲକର ହାଟବରଡିହ ଠାରେ ସମାଜସେବୀ ବଲ୍ଲଭ ତରାଇଙ୍କ ୨୪ତମ ଶ୍ରାଦ୍ଧ ଉତ୍ସବ ପାଳନ ଅବସରରେ ନିଶିଗନ୍ଧା ଭାଷା ସାହିତ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ସାରସ୍ବତ ସମାରୋହ, କବିତା ପାଠୋତ୍ସବ, ଭଜନ ସମାରୋହ ତଥା ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇଙ୍କ ସଂଯୋଜନା, ସଭାପତି ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହକୁ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଚଳଚିତ୍ର ସଂଳାପକାର ଡଃ ରଜନୀରଂଜନ ଦାଶ, ସମ୍ମାନୀତ ଅତିଥି ଭାବେ ଆଇନଜୀବି ଚିତ୍ତରଂନ ନନ୍ଦ, ରାଜ୍ୟ ରାଜଭାଷା ପରିଷଦର ସଭାପତି ନାରାୟଣ ମୁଦୁଲି, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ନିଖିଳ ଉତ୍କଳ ପାଲା ଗାୟକ ପରିଷଦର ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ, ସମ୍ଭକାର ପ୍ରଦୋଷ କୁମାର ଦାସ, ହାଟବରଡିହ ଗ୍ରାମ ସଭାପତି ଲୋକନାଥ ବିଶ୍ବାଳ, ସମାଜସେବୀ ଜଗନ୍ନାଥ ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ସଂପାଦିକା ସରସ୍ବତୀ ନାୟକ ଓ ସସ୍ମିତା ତରାଇଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶାର ବିଭିନ୍ନ ଅଂଚଳରୁ ଆମନ୍ତ୍ରିତ ୪୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। ଏହି ଅବସରରେ ମାସିକ ସମ୍ବାଦପତ୍ର ନିଶିଗନ୍ଧା, ସ୍ମୃତିରେ ମଧୁସ୍ମିତା, ସ୍ମୃତିରେ ସ୍ମୃତିରେ ବଲ୍ଲଭ ତରାଇ, ପ୍ରିତିନନ୍ଦା ଆଦି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ପଣ୍ଡିତ ନାରାୟଣ ରଥ, ପ୍ରେମାନନ୍ଦ କୁସୁମ, ଇଂ. ଅର୍ଚ୍ଚନା ଦାସ, ଡଃ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଅନୁସୂୟା ଦେବତା, କରୁଣାକର ଘଣ୍ଟୁଆଳ, କୈଳାସ ଚନ୍ଦ୍ର ପଟ୍ଟନାୟକ, ଗୌରୀଶଂକର ସାହୁ, ଗଗନ ବିହାରୀ ସ୍ବାଇଁ, ପ୍ରତିମା ପ୍ରଧାନ, ନିରୋଦ ଚନ୍ଦ୍ର ଜେନା, କରୁଣାକର ମଲିକ, ଦେବାଶିଷ ରଥ, ସାମ୍ବାଦିକ ଅଖିଳ କୁମାର ପଲାଇ, ସମ୍ଭକାର ପ୍ରଦୋଷ କୁମାର ଦାସଙ୍କୁ ମାନପତ୍ର ଓ ଉପଢୋକନ ଦେଇ ବଲ୍ଲଭ ସ୍ମୃତି ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଏକକ ନାଟକ ଓ ଭଜନ ପରିବେଷଣ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.