ଲାଞ୍ଜିଗଡ଼: ବିଶ୍ୱନାଥପୁର ଥାନା କୁଟ୍ରୁଗୁଡା ଗାଁରେ ଦୁଇଜଣ ଶିଶୁ ପୋଖରୀରେ ବୁଡି ମୃତ୍ୟୁ ମୁଖରେ ପଡିଛନ୍ତି। ପ୍ରାପ୍ତ ସୂଚନା ଆଧାରରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବନ୍ଧପାରୀ ପଞ୍ଚାୟତ ଅଧିନସ୍ଥ କୁଟ୍ରୁଗୁଡା ଗାଁର ଗୋଦନ ମାଝୀ ଓ ଗୈାର ମାଝୀ ନିଜ ପରିବାର ସହିତ ମାଣ୍ଡିଆ କ୍ଷେତକୁ କାମ କରିବାକୁ ଯାଇଥିଲେ। ସେମାନେ ମାଣ୍ଡିଆ କ୍ଷେତରେ କାମରେ ବ୍ୟସ୍ତ ଥିବା ସମୟରେ ଗୈାରଙ୍କ ଝୀଅ କୁସ୍ମୀତା(୮) ଓ ଗୋଦନଙ୍କ ପୁଅ ସୁଶାନ୍ତ(୪) ନିକଟରେ ଥିବା ଏକ ପୋୀଖରୀରେ ପାଣି ଖେଳୁଥିଲେ। ସେହି ସମୟରେ ସେମାନେ ଅସାବଧାନତା ଯୋଗୁଁ ପୋଖରୀରେ ବୁଡି ଯାଇଥିଲେ। କିଛି ସମୟ ପରେ ଦୁଇ ଶିଶୁଙ୍କୁ ପାଖରେ ନପାଇ ବାପା ମା ଖୋଜା ଖୋଜି କରିବା ବେଳେ ସେମାନଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଉଭୟଙ୍କୁ ବିଶ୍ୱନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି। ଏନେଇ ବିଶ୍ୱନାଥପୁର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି।
ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in