ପେପର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଜଣେ ଗୁରୁତର, ଅଳ୍ପକେ ବର୍ତ୍ତିଲେ ଡ଼୍ରାଇଭରଙ୍କ ପରିବାର ବର୍ଗ

ଗୁଣପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଚାକୁଣ୍ଡା ନିକଟରେ ଥିବା ପୋଖରୀ ବୁଲାଣିରେ ବୁଧବାର ରାତି ଏଗାରଟା ସମୟରେ ଏକ ପେପର ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଜେକେ ପୁର କାଗଜ କଳ ଠାରୁ ବାହାରି ଓଡି ୧୮ ବି ୧୪୪୯ ନମ୍ବର ବିଶିଷ୍ଟ ଟ୍ରକ କଟକ ଯାଉଥିବା ସମୟରେ ରାସ୍ତା କଡରେ ଓଲଟି ପଡିଥିଲା। ଟ୍ରକ ଚାଳକ ବଳରାମ ବେହେରା ତାଙ୍କ ନିଜ ଘରେ ଦଶହରା ପୂଜା ଥିବାରୁ ସପରିବାର ସହିତ ଟ୍ରକରେ ଯାଉଥିବା ବେଳେ ଏପରି ଘଟଣା ଘଟିଥିବା ଜଣାପଡିଛି। ଚାଳକଙ୍କ କହିବା ଅନୁଯାୟୀ ଟ୍ରକ ଟିର ବେଗ ସମାନ ଅବସ୍ଥାରେ ଥିଲା କିନ୍ତୁ ଷ୍ଟିୟରିଂ ଜାମ ହୋଇଯିବା କାରଣରୁ ଆଉ ଟ୍ରକଟି ନ ବୁଲି ରାସ୍ତା କଡରେ ଓଲଟି ପଡିଥିଲା। ସୌଭାଗ୍ୟ ବଶତଃ କାହାର କିଛି କ୍ଷତି ହୋଇନାହିଁ। ଘଟଣା ସଂପର୍କରେ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବସ ହରିଚନ୍ଦନ ଖବର ପାଇ ଦୁର୍ଘଟଣା ସ୍ଥଳରେ ସଦଳ ବଳେ ପହଁଞ୍ଚି ଚାଳକ ଏବଂ ହେଲପରଙ୍କ ସମେତ ଚାଳକଙ୍କ ପରିବାରକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ସମସ୍ତଙ୍କୁ ଡାକ୍ତର ଅନୀଲ କୁମାର ବେହେରା ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବା ହେଲପର ଶିବ ଗୌଡ଼ଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠେଇ ଦେଇଛନ୍ତି। ଏନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବସ ହରିଚନ୍ଦନ।

Omkar Vasthu
Omkar Vasthu

ଗୁଣପୁର ଉପଖଣ୍ତ ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.