ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଉଦଯାପିତ

କଳାହାଣ୍ଡି, (ନରୋତ୍ତମ ସେଲମା): ଭବାନୀପାଟଣା ସ୍ଥିତ ଏସଭିଏ (ସହ ଭାଗୀ ବିକାଶ ଅଭିଯାନ) ସଭା ଗୃହ ଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଆଗ୍ରହୀ କୃଷକ ଦଳ ଓ କୃଷକ ଉତ୍ପାଦକ ଦଳର ଚିହ୍ନଟ ତଥା ଗଠନ ପକ୍ରିୟା ଉପରେ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu


ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁପୋଷଣ ପ୍ରୋଜେକ୍ଟର କାର୍ଯ୍ୟରତ କର୍ମୀ, ସିଲେକ୍ଟିଭ୍ ସମ୍ପ୍ରଦାୟର ସଦସ୍ୟ ଏବଂ ଅନ୍ୟ ପ୍ରୋଜେକ୍ଟ ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ଚାରିଦିନ ଅଂଶଗ୍ରହଣକାରୀ ମାନେ ଶିକ୍ଷଣ ଏବଂ ଏକଦିନ କ୍ଷେତ୍ର ଅଭ୍ୟାସ ଜରିଆରେ ଉତ୍ପାଦ ବିଶ୍ଳେଷଣ, ଉତ୍ପାଦ ଚିହ୍ନଟ, ଉତ୍ପାଦ ପ୍ରାଥମିକତା, ଉତ୍ପାଦକ ଏକତିକରଣ, କ୍ଲଷ୍ଟର ଚିହ୍ନଟ, ଡ୍ରାଫ୍ଟ ଆକଳନ ପ୍ରସ୍ତୁତି, ବ୍ୟବସାୟ ଯୋଜନା ବିକାଶ, ସାମୂହିକ ଯୋଜନା ବିଷୟରେ ଜାଣି ବାକୁ ପାଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ସଂଯୋଜକ ଅମର କୁମାର ଗୌଡ଼, ଗ୍ରାମୀଣ ଜୀବିକା ବିକାଶ ଏକ୍ସପର୍ଟ କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇ ତାଲିମ ପ୍ରଦାନ କରିଥିବା ବେଳେ ଓଡିଶା ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ ଶିବିରକୁ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗରୁଡ଼ ଭୋଇ, ଜନ୍ମେଜୟ ରାଉତ, ଅମ୍ବରିଷ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.