କୋକସରା, (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ଜୋନ ଡମ୍ବ ସମାଜର ପଞ୍ଚାୟତ ସ୍ତରୀୟ ବୈଠକ ମହିମା ଠାରେ ଅନୁଷ୍ଠିତ ହୋଇଯାଇଅଛି। ଭୁବନେଶ୍ୱର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଆମପଣି ମଣ୍ଡଳ ସଭାପତି ବନମାଳୀ ବାଗ ଯୋଗ ଦେଇ ଭାଇଚାରା ଓ ସମାଜର ଉନ୍ନତି ବିଷୟରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ଧୀରେନ୍ଦ୍ର ଠାକୁର, ସମ୍ମାନିତ ଅତିଥି ଭାବେ ଯୁଗେଶ୍ୱର ବେଶ୍ରା, ଉପସଭାପତି ବାଲେଶ୍ୱର ବେଶ୍ରା, ନୀଳମଣୀ ଖମାରୀ, ନକୁଳ ନାଏକ, କ୍ଷୀରସିନ୍ଧୁ ଛତ୍ରିଆ, ପ୍ରମୁଖ ଯୋଗ ଦେଇଥିଲେ। ବିଭିନ୍ନ ପଞ୍ଚାୟତର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଖଗେଶ୍ବର ପାଣିଗ୍ରାହୀ, ଧର୍ମୁ ଦୁର୍ଗା, ଚିନିଲାଲ ନିଆଲ , ଲକ୍ଷ୍ମଣ ମଙ୍ଗରାଜ, ମକର ବାଗ, ମଦନ ଛତ୍ରୀଆ, ଚୈତନ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।