ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତା: ବିଦ୍ୟାଳୟ ସାନିଟାଇଜ କଲେ ଆମେ ଓଡ଼ିଆ ଭାରି ବଢ଼ିଆ ପରିବାର

କଟକ: ରାଜ୍ୟ ସରକାରଙ୍କ କୋଭିଡ ଗାଇଡ ଲାଇନ ଅନୁସରଣ କରି ସୋମବାର ଠାରୁ ଅଷ୍ଟମ ଶ୍ରେଣୀ ପାଇଁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହୋଇଛି। କରୋନା ଭୂତାଣୁ ଭୟକୁ ଦୃଷ୍ଟିରେ ରଖି ସାନିଟାଇଜ୍ କୁ ପ୍ରାଧାନ୍ୟ ଦେଇ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ଆମେ ଓଡ଼ିଆ ଭାରି ବଢିଆ ପରିବାର ତରଫରୁ କଟକ ଜିଲ୍ଲା ଈଶାଣୀବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଚନ୍ଦ୍ର ଶେଖର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଖେଣ୍ଟାଳୋ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରକୁ ସାନିଟାଇଜ୍ କରାଯାଇଛି ।


ଆମେ ଓଡ଼ିଆ ଭାରି ବଢ଼ିଆ ପରିବାରର ଅଧ୍ୟକ୍ଷ ଜ୍ୟୋତିର୍ବିଦ ଜଗନ୍ନାଥ ଆଚାର୍ଯ୍ୟ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଯୋଜକ ସତ୍ୟବ୍ରତ ସାହୁ, ସଦସ୍ୟ ରାକେଶ ବେହେରା, ଦୁଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଶୋକ କୁମାର ସ୍ବାଇଁ ଓ ସରୋଜ କୁମାର ସାହୁ, ସିଆରସିସି ସୁନାକର ଭୋଇଙ୍କ ସମେତ ଧରଣୀଧର ସେଠୀ, ସବିତା ପଣ୍ଡା, ଉତ୍ତମ ଚରଣ ପ୍ରଧାନ, ଗଦାଧର ସେନାପତି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଆମେ ଓଡ଼ିଆ ଭାରି ବଢିଆ ପରିବାରର ଏଭଳି ନିଆରା କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରିବା ସହ ସ୍ବାଗତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.