ଶାନ୍ତିଶୃଙ୍ଖଳା ସହ ଉତ୍କଳ ଆଲୁମିନା ୱାର୍କର୍ସ ୟୁନିୟନର ନିର୍ବାଚନ ଶେଷ

କାଶିପୁର: ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ଗଢି ଉଠିଥିବା ଆଦିତ୍ୟ ବିର୍ଲା ଗ୍ରୁପର ‘ଉତ୍କଳ ଆଲୁମିନା’ ପ୍ରକଳ୍ପରେ ପ୍ରଥମ ଥର ପାଇଁ ଶ୍ରମିକ ମାନଙ୍କ ନିର୍ବାଚନ ଅନୁଷ୍ଠିତ ହୋଇ ଯାଇଛି। ଏହି ୟୁନିୟନ ଦୀର୍ଘ ୭/୮ ବର୍ଷ ପରେ ଏହି ନିଷ୍ପତି ନେଇଥିବା ଜଣାପଡିଛି।ଏହାକୁ ଉତ୍କଳ ଆଲୁମିନାର ମାନବ ସମ୍ବଳ ବିଭାଗ ଅଧିକାରୀ ଶ୍ରୀ ଆର. ପି. ସିଂ, ମୟୂର କ୍ରିଷ୍ଣା ଓ ସମସ୍ତ ଟିମ୍ ସହଯୋଗ କରି ଆଗେଇ ନେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଦୋରାଗୁଡ଼ା ପୋଲିସ ଓ ଉତ୍କଳ ସିକ୍ୟୁରିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। କୋଭିଡ ନିୟମକୁ ମାନି ସମସ୍ତ କାର୍ଯ୍ୟ କରାଯାଇଥିଲା ଓ ସମସ୍ତ ଭୋଟର୍ ତଥା ଶ୍ରମିକ ମାନଙ୍କୁ ସୁବାଷ ନାୟକ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ।

Udyog Nursery
Udyogi Nursery


ନିର୍ବାଚନ ସୋମବାର ସକାଳ ୮ ଘଣ୍ଟାରେ ଆରମ୍ଭ ହୋଇ ଅପରାହ୍ନ ୪ ଟା ରେ ସରିଥିଲା। ସମୁଦାୟ ଭୋଟର୍ ସଂଖ୍ୟା ୨୦୧ ଥିବା ବେଳେ ସଭାପତି ପଦବୀ ନିମନ୍ତେ ୪ ଜଣ, ଉପସଭାପତି ୨ ଜଣ, ସାଧାରଣ ସମ୍ପାଦକ ନିମନ୍ତେ ୩ ଜଣ, ସହ ସମ୍ପାଦକ ୫ ଜଣ , କୋଷାଧ୍ୟକ୍ଷ ନିମନ୍ତେ ୨ ଜଣ ଓ ଉପଦେଷ୍ଟା ନିମନ୍ତେ ୨ ଜଣ ଆଶାୟୀ ପ୍ରାର୍ଥୀ ଥିବା ବେଳେ କିଶୋରବାଘ ୯୨ ଭୋଟ ପାଇଥିବା ବେଳେ ଜୟଦାନ ନାଏକ ୧୦୬ ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀ କିଶୋର ବାଘ ଙ୍କ ଠାରୁ ୧୪ ଖଣ୍ଡ ଭୋଟ ଅଧିକ ପାଇ ସଭାପତି ପଦରେ ବିଜୟୀ ହୋଇଛନ୍ତି।


ଶ୍ରୀ ପ୍ରସନ୍ନ କୁମାର ସାଉନ୍ତା ୮୪ ଭୋଟ ପାଇଥିବା ବେଳେ ସୁନାମ ନାଏକ ୧୦୭ ଭୋଟ ପାଇ ଉପସଭାପତି ପଦ, ସାଧାରଣ ସମ୍ପାଦକ ନିମନ୍ତେ ଭୀମସେନ ମାଝୀ ୯୨ ଭୋଟ ପାଇଥିବା ବେଳେ କୈଳାସ ମାଝୀ ୧୦୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ସେହିପରି ସହ ସମ୍ପାଦକ ନିମନ୍ତେ ବିପ୍ର ନାଏକ ୯୯ ଭୋଟ ଓ ଦେବରାଜ ନାଏକ ୯୨ ଭୋଟ ପାଇ ବିଜୟୀ ହୋଇଛନ୍ତି। ଉପଦେଷ୍ଟା କିଶୋର ନାଏକଙ୍କୁ ପଛରେ ପକାଇ ଯତୀନ୍ଦ୍ର ନାଏକ ପଦକୁ ହାସଲ କରିଛନ୍ତି। ଏହି ନୂତନ କମିଟି ଗଠନରେ ସମସ୍ତେ ଖୁସି ଥିବା ଓ ଆଗକୁ ଶ୍ରମିକ ମାନଙ୍କ ହିତ କାର୍ଯ୍ୟ ନିମନ୍ତେ ଗୁରୁତ୍ଵ ଦିଆଯିବ ବୋଲି ନୂତନ ଭାବେ ନିର୍ବାଚିତ ହୋଇଥିବା ସଭାପତି ଶ୍ରୀ ଜୟଦାନ ଖରା ସୂଚନା ଦେଇଛନ୍ତି। ସମସ୍ତ ଶ୍ରମିକଙ୍କୁ ନେଇ ଚଳିବାକୁ ମଧ୍ଯ ପ୍ରତିଶ୍ରୁତି ଦେଇ ଏହି ୟୁନିୟନକୁ ସୁଦୃଢ଼ କରି ସମସ୍ତ ଦାବୀ ସମୂହକୁ ଗୁରୁତ୍ଵ ଦିଆଯିବ ବୋଲି କହିଥିଲେ।

ରାୟଗଡା ଜିଲ୍ଲା କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.