କେସିଙ୍ଗା, (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ସୌରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଲୟର ସହକାରୀ ଶିକ୍ଷକ ଅନ୍ତରାମ ପୋଢ଼ ଚାକିରିରୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭମରମାଲ କ୍ଲଷ୍ଟର ଅନ୍ତର୍ଗତ ଏହି ବିଦ୍ୟାଳୟରେ ଅନ୍ତରାମ ପୋଢ ଶିକ୍ଷକତା କରୁଥିଲେ। ତାଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଭମରମାଲ ବିଦ୍ୟାଳୟରେ ଆୟୋଜିତ ହୋଇଥିଲା। ତାରା ପ୍ରାସାଦ ସ୍ୱାଇଁଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ସମାରୋହରେ ମୁଖ୍ୟ ଅଥିତି ଭାବରେ କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁରେନ୍ଦ୍ର କୁମାର ଦୋରା, ସମ୍ମାନିତ ଅତିଥି ଭାବରେ ସଂଘର ଉପଦେଷ୍ଟା ସୁରେନ୍ଦ୍ର ପ୍ରଧାନ, ଓ କ୍ଲଷ୍ଟର ସଂଯୋଜକ ଚୂଡାମଣି ମହଲା ଯୋଗଦାନ କରିଥିଲେ।
ବୈଠକରେ ବରିଷ୍ଟ ଶିକ୍ଷକ ଭରତ ମହଲା, ଆଦିରଥ ଦୁର୍ଗା ଓ ଖୁସିରାମ ସାହୁ ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ପୋଢଙ୍କ ଶିକ୍ଷକତା ଜୀବନ ଏବଂ ଛାତ୍ର ବତ୍ସଳତା ଉପରେ ଆଲୋକପାତ କରିଥିଲେ। ଏହି ସମ୍ବର୍ଦ୍ଧନା ସଭାକୁ ସହଯୋଗ କରିଥିଲେ ଶିକ୍ଷୟତ୍ରି ବନ୍ଦନା ଦାସ, ମଧୁ ଗୁପ୍ତା, ସ୍ନେହଲତା ପାଢ଼ୀ, ପ୍ରିୟମ୍ବଦା ପରିଡ଼ା, ଶିକ୍ଷକ ମୁକୁନ୍ଦ ବେହେରା, ଭିଷ୍ମରଥି ସାହା, ସରୋଜ ସାହୁ, ଅଙ୍କ ମାଝୀ। ଶେଷରେ ଲଳିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।