କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ବିଲାପୁଟ ସ୍ଥିତ ନିର୍ମାଣଧୀନ ଶବରୀ ନାରାୟଣ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ତୁଳସୀ ଚଉରା ପ୍ରତିଷ୍ଠା କରାଯାଇଥିବା ସମ୍ପାଦକ ଲଳିତ ମୋହନ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏହି ଉତ୍ସବରେ ଆଖପାଖ ଗ୍ରାମର ପୁରୁଷ ଓ ମହିଳାମାନେ କୋଭିଡ ନିୟମ ମୁତାବକ କାର୍ତ୍ତିକ ବ୍ରତ ଆରମ୍ଭ କରିଥିବା ସେ ସୂଚନା ଦେଇଛନ୍ତି। ତୁଳସୀ ଚଉରା ପ୍ରତିଷ୍ଠା ଉତ୍ସବ ପରିଚାଳନାରେ ନାରାୟଣ ପ୍ରଧାନ, ବିଶ୍ୱନାଥ ପ୍ରଧାନ, ଦୟା ଖିନୁଗୁଡ଼ି, ଅର୍ଜୁନ କୁଲଦୀପ ପ୍ରମୁଖ ସହଯୋଗ କରିଥିଲେ।