ଭୂବନେଶ୍ବର,୧୪।୧୧: ଜଣେ ଦକ୍ଷ ଆଇଏଏସ୍ ଅଫିସର୍ ଭାବେ ଓଡିଶାର ଜନଜୀବନ ସହ ସୁପରିଚିତ ଅପରାଜିତା ଷଡଙ୍ଗୀ ସ୍ବେଚ୍ଛାକୃତ ଅବସରକୁ ବୁଧବାର ଦିନ ମଞ୍ଜୁରୀ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ପ୍ରଶାସନ ବିଭାଗ ତରଫରୁ କେନ୍ଦ୍ର ସରକାରଙ୍କୁ ଚିଠି ଦ୍ୱାରା ସୁପାରିଶ କରାଯାଇଛି । ଅପରାଜିତାଙ୍କ ବିରୋଧରେ କୌଣସି ମାମଲା ନ ଥିବାରୁ ତାଙ୍କ ସ୍ବେଚ୍ଛାକୃତ ଅବସରକୁ ଗ୍ରହଣ କରାଯାଉ ବୋଲି ଚିଠିରେ ଉଲ୍ଲେଖ ରହିଛି ।୨୦୧୩ରୁ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଅପରାଜିତା ଅକ୍ଟୋବରରେ ଓଡ଼ିଶା ଫେରିବାର ଥିଲା , ମାତ୍ର ଅଚାନକ ସ୍ବେଚ୍ଛାକୃତ ଅବସର ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ଯାହା ସମସ୍ତଙ୍କ ବିସ୍ମିତ କରିଥିଲା । ଅବସର ନେବା ପରେ ଅପରାଜିତା ରାଜନୀତିକୁ ଓହ୍ଲାଇପାରନ୍ତି ବୋଲି ଚର୍ଚା ଆଲୋଚନା ଯୋର ଧରିଛି ।