ଆହତକୁ ଉଦ୍ଧାରକରି ଡାକ୍ତରଖାନା ପଠାଇଲେ ନେତାଜୀ କ୍ଲବ ସଦସ୍ୟ

Omkar Vasthu
Omkar Vasthu

କଳାହାଣ୍ଡି ,୧୪/୧୧: ରେଳ ଧାରଣା କଡରେ ପଡିଥିବା ଜଣେ ଆହତ ବ୍ୟକ୍ତିକୁ ଉଦ୍ଧାରକରି ଡାକ୍ତରଖାନା ପଠାଇ ବଲବସପୁର ଗ୍ରାମବାସୀ ଓ ନେତାଜୀ ୟୁଥ୍ କ୍ଲବ ମାନବିକତାର ପରିଚୟ ସୃଷ୍ଟି କରିପାରିଛନ୍ତି । ସଦ୍ୟ ପ୍ରାପ୍ତ ସୂଚନାରୁ ପ୍ରକାଶଯେ ଆଜି କଳାହାଣ୍ଡି ଜିଲ୍ଲାର ରୁପ୍ରାରୋଡ ରେଳ ଷ୍ଟେସନ ଅନିତି ଦୂର ବଲବସପୁର ଗ୍ରାମ ରେଳ ଧାରଣା ନିକଟରେ ଜଣେ ଅପରିଚିତ ବ୍ୟକ୍ତି ଆହତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଲିଥିଲା । ସେ କୌଣସି ଏକ ଟ୍ରେନରୁ ପଡିଥାଇ ପାରନ୍ତି ବୋଲି ସଂଦେହ କରାଯାଉଛି । ଏହି ଅପରିଚିତ ବ୍ୟକ୍ତିକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବଲବସପୁର ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ନେତାଜୀ ୟୁଥ୍ କ୍ଲବ ଓ ଗ୍ରାମବାସୀ । ସେମାନେ ଆମ୍ବୁଲାନ୍ସ ଯୋଗେ ଉକ୍ତ ବ୍ୟକ୍ତିକୁ ଡାକ୍ତର ଖାନାକୁ ନେଇ ଯାଇଛନ୍ତି । ନେତାଜୀ କ୍ଲବ ଓ ବଲବସପୁର ଗ୍ରାମବାସୀଙ୍କ ଏପରି ମହତ କାର୍ଯ୍ୟ ଯୋଗୁଁ ଅଞ୍ଚଳବାସୀ ପ୍ରସଂଶା କରିବାସହ ସାଧୁବାଦ ପ୍ରଦାନ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.