● ଲାଇଫ୍ରେଚର୍ ପକ୍ଷରୁ ଶୋକସଭା ‘ଅଖିଳାଞ୍ଜଳି’ ଆୟୋଜିତ
ଭବାନୀପାଟଣା: ଦିବଂଗତ କବି, ଔପନ୍ୟାସିକ ତଥା ଅନୁବାଦକ ଅଖିଳ ନାୟକ କେବଳ ଜଣେ ଭଲ ଲେଖକ ନଥିଲେ, ସମସ୍ତଙ୍କୁ ଆପଣେଇ ପାରୁଥିବା ଜଣେ ଭଲ ମଣିଷ ଥିଲେ । ତାଙ୍କ ପ୍ରବର୍ତ୍ତିତ ଓଡ଼ିଆ କବିତାର ଧାରା ଆଗାମୀ ପିଢ଼ିଙ୍କୁ ବାଟ ଦେଖାଇବ । ତାଙ୍କର କବିତା ବହି ‘ଗୁଲିଖଟି’, ‘ଗାଧୁଆବେଳ’, ‘ଧୋବ ଫରଫର’, ‘ଧିକ୍’, ‘ଖେତପୁରାଣ’, ଉପନ୍ୟାସ ‘ଭେଦ’, ‘ଅବୀଜା’ ତାଙ୍କୁ ଅମର ରଖିବ ବୋଲି ଗ୍ଲୋବାଲ୍ ଲାଇଫ୍ରେଚର୍ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଭର୍ଚୁଆଲ୍ ଶୋକସଭା ‘ଅଖିଳାଞ୍ଜଳି’ରେ ମତ ପ୍ରକାଶ ପାଇଛି । ଲାଇଫ୍ରେଚର୍ର ଆବାହକ ସୁଧୀର କୁମାର ଧଙ୍ଗଡ଼ାମାଝୀ ଓ ଡିଲେଶ୍ୱର ରଣାଙ୍କ ସଂଯୋଜନାରେ କବି ଶତ୍ରୁଜିତ୍, ସୁକାନ୍ତ ସାହୁ, ହିରଣ୍ମୟୀ ମିଶ୍ର, ଚିରଶ୍ରୀ ଇନ୍ଦ୍ରସିଂ, ସତ୍ୟନାରାୟଣ ମୁଣ୍ଡଛିନା, ଡା. ଦୀନବନ୍ଧୁ ସାହୁ, ପ୍ରଣବାନନ୍ଦ ପଟ୍ଟଯୋଷୀ, କ୍ଷେତ୍ରବାସୀ ନାଏକ, ସୁଶୀଲ କୁମାର ବାଗ, ସୁଜାତା ସାହାଣୀ, ସୁମତି ମୁଣ୍ଡ, ବନଶ୍ରୀ ଦାଶ, ଲିପ୍ସାମୟୀ ଦୁବେ, ଇପ୍ସାମୟୀ ଦୁବେ, ରିଙ୍କି ପଧାନ, ଯାଦବେନ୍ଦ୍ର ସାହା, ଆନନ୍ଦ ସଗରିଆ, ବୈବସୁତ ନାଏକ, ବସନ୍ତ ପୁଟେଲ, ବିଭୂତି ଭୂଷଣ ପଧାନ, ଦିବ୍ୟରଂଜନ ସାହୁ, ଦୀପ୍ତି ସାହୁ, ଯଶୋଦା ମାଝୀ, ଜିତେନ୍ଦ୍ର ସାହୁ, ଜ୍ୟୋତ୍ସ୍ନାମୟୀ ମଙ୍ଗରାଜ, ମନସ୍ମିତା ସେଠୀ, ପଞ୍ଚାନନ ଭୋଇ, ପଙ୍କଜିନୀ ଶବର, ରୋଶନୀ ହଂସ, ଶତୃଘନ ମଲ୍ଲିକ, ସରିତା ଭୋଇ, ସୁଜାତା ମହାପାତ୍ର, ଡିଙ୍ଗର ନାଏକ, ସ୍ୱୟଂପ୍ରଭା ମୁଣ୍ଡ ପ୍ରମୁଖ ଯୋଗଦେଇ କବି ଶ୍ରୀ ନାୟକଙ୍କ ସ୍ମୃତିଚାରଣ କରିଥିଲେ ।