ସମାଜ ପାଇଁ ପ୍ରତିବଦ୍ଧ ହେବା ସାମ୍ବାଦିକର କର୍ତ୍ତବ୍ୟ

● ସୁନାବେଡା ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳନ

କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ସୁନାବେଡା ପ୍ରେସ କ୍ଲବ ସଭାପତି ଦିଲୀପ ମହାନ୍ତିଙ୍କ ଅଧକ୍ଷତାରେ ସୁନାବେଡା -୧ ସ୍ଥିତ ପ୍ରେସ କ୍ଲବ କାର୍ଯ୍ୟାଳୟ ଠାରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି। ସଭାପତି ତାଙ୍କ ବକ୍ତବ୍ୟରେ କହିଥିଲେ – ସାମ୍ବାଦିକ ସମାଜର ଜାଗ୍ରତ ପହରୀ ସାଜି ସମାଜକୁ ଠିକ ବାଟରେ ନେବା ଗଣ ମାଧ୍ୟମର ଗୁରୁଦାୟିତ୍ୱ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ସେମିଳିଗୁଡା ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ଡ଼ଃ ଚିତ୍ତରଞ୍ଜନ ମିଶ୍ର ଯୋଗ ଦେଇ ତାଙ୍କ ବକ୍ତବ୍ୟ ରଖିଥିଲେ ଯେ ସମାଜରେ କାର୍ଯ୍ୟରତ ସାମ୍ବାଦିକଙ୍କ ଭୂମିକା ଅତୁଳନୀୟ ବୋଲି ବର୍ଣନା କରିବା ସହ ସାମୟିକ ସୀମା ମଧ୍ୟରେ ରହି ନିର୍ଭୀକ ସମ୍ବାଦ ପରିବେଷଣରେ ଗୁରୁତ୍ୱ ଦେଉଥିବା ବେଳେ ସମସ୍ତ ସୀମାପାର କରୁଥିବା ସାମାଜିକ ଗଣମାଧ୍ୟମ ଉପରେ ସରକାର ଯଥାଶୀଘ୍ର ଅଙ୍କୁଶ ଲଗାଇବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ରୂପେ ସମାଜ ସେବୀ ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର ଯୋଗଦେଇ କହିଥିଲେ – ସାମ୍ବାଦିକ ନିଜ ଜୀବନକୁ ବାଜି ଲଗାଇ ନିର୍ଭୀକ ଖବର ପ୍ରସାରଣର ଦାୟିତ୍ୱତାକୁ ଭୁୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସୁନାବେଡା ପ୍ରେସ କ୍ଲବର ସାଧାରଣ ସମ୍ପାଦକ ସନ୍ତୋଷ ପଲେଇ, କୋଷାଧ୍ୟକ୍ଷ କୃତିବାସ ପ୍ରଧାନ, ଉପଦେଷ୍ଟା ସୁବାସ ଦାସ, ବରିଷ୍ଠ ସଦସ୍ୟ ନାରାୟଣ କୁଲଦୀପ, ରୂପ ଖରା, ଗୁରୁ ପ୍ରସାଦ ସାମଲ, ସୁବାଷ ଚନ୍ଦ୍ର ନାହାକ, ସଞ୍ଜୟ ମହାନ୍ତି, ସରୋଜ ମହାନ୍ତିଙ୍କ ସମେତ ପ୍ରାୟ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଉପସ୍ଥିତ ଥିଲେ। ପ୍ରେସ କ୍ଲବର ଉପସଭାପତି ନିଶାପତି ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀ ନିଳାଞ୍ଚଳ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.