କୋରାପୁଟ, (ତ୍ରିନାଥ ପଟ୍ଟନାୟକ): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ କୋରାପୁଟ ନଗରର ସ୍ବୟଂସେବକ ମାନଙ୍କ ଦ୍ବାରା ଶାବର ଶ୍ରୀକ୍ଷେତ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ କରୋନା କଟକଣା ଯୋଗୁଁ ଶାବର ଶ୍ରୀକ୍ଷେତ୍ର ସମ୍ପୂର୍ଣ ବନ୍ଦ ଥିଲା। କିନ୍ତୁ ଦୀର୍ଘ ଦିନର ପ୍ରତୀକ୍ଷା ପରେ ପବିତ୍ର କାର୍ତ୍ତିକ ମାସ ଯୋଗୁଁ ଆଜି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଅଛି। ଦୀର୍ଘ ଦିନ ଧରି ମନ୍ଦିର ବନ୍ଦ ଥିବା ଯୋଗୁଁ ମନ୍ଦିର ପରିସର ଅଳିଆ ହୋଇ ପଡି ରହିଥିଲା। ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ହିତ ଦୃଷ୍ଟିରୁ ମନ୍ଦିର ପରିସରରେ ପଡି ରହିଥିବା ଆବର୍ଜନାକୁ ସଫାଇ କରିବାକୁ ଆଗେଇ ଆସିଥିଲା କୋରାପୁଟ ନଗରର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ। ଏହି ସଫେଇ କାର୍ଯ୍ୟରେ ନଗର କାର୍ଯ୍ୟବାହ ହୃଦାନନ୍ଦ ସତପଥି, ନଗର ସେବା ପ୍ରମୁଖ ଦୁଷ୍ମନ୍ତ ପରିଡା, ମନୋଜ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ପାଢୀ, ପ୍ରହ୍ଲାଦ ସାହୁ, ଆର୍ ଲୋକେଶ ରାଓ, ସରୋଜ କୁମାର ପାଢୀ, ସମ୍ପଦ ମିଶ୍ର, ଅରୁଣ କୁମାର ସାହୁ, ଯୋଶୋମତୀନନ୍ଦନ ପଟ୍ଟନାୟକ ସମେତ ଅନେକ ସ୍ବୟଂସେବକ ଉପସ୍ଥିତ ଥିଲେ।