ଗସିପିଙ୍ଗ ୱିଥ୍ ମାଇ ଇମୋସନ୍ ପୁସ୍ତକ ଉନ୍ମୋଚିତ

ଦାମନଯୋଡି: ନାଲକୋର ଦାମନଯୋଡି କମ୍ୟୁନିଟି କେନ୍ଦ୍ର ସଭାଗୃହ ଠାରେ କବି ସନାଲ ମହାରଣା ଙ୍କ ଲିଖିତ ପ୍ରଥମ ଇଂରାଜୀ କବିତା ସଂକଳନ ‘ଗସିପିଙ୍ଗ ୱିଥ୍ ମାଇ ଇମୋସନ୍’ ଉନ୍ମୋଚିତ ହୋଇଯାଇଛି। ଇଙ୍କ ଡିୟୁ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ଉନ୍ମୋଚିତ ଉତ୍ସବରେ ମୁଖ୍ୟ ଅତିଥି ଅଜିତ ପାତ୍ର (ସଭାପତି ବାର୍ ଆସୋସିଏସନ୍, କୋରାପୁଟ) ଓ ସଂମ୍ମାନନୀୟ ଅତିଥି ଡଃ ଏଡିଥ ଲୁନା ପଣ୍ଡା (କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ପ୍ରଗତି) ଯୋଗଦେଇ କହିଲେ ଏହିଭଳି ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସହିତ୍ୟରତ୍ତ କବି ସନାଲ ମହାରଣା ଇଂରାଜୀ ଭାଷାରେ ପୁସ୍ତକ ରଚନା କରି ମାଟିର ଗୌରବକୁ ଦ୍ଵି ଗୁଣିତ କରିଛନ୍ତି । ଏଥିଦ୍ୱାରା ଅନ୍ୟମାନେ କବି ଓ ପ୍ରକାଶକ ଇଙ୍କ ଡିୟୁଙ୍କ ଠାରୁ ପ୍ରେରଣା ନିଶ୍ଚିତ ପାଇବେ । ବିଶିଷ୍ଟ କବି ଓ ଗବେଷକ ବୁଲୁହୋତା ସଭାର ସଭାପତିତ୍ୱ କରିଥିବା ବେଳେ ଡ଼ଃ ମନୋଜ କିଶୋର ନାୟକ (ପ୍ରତିଷ୍ଠାତା ଇଙ୍କ ଡିୟୁ) ଓ ଅତିଥି ମାନଙ୍କ ଦ୍ୱାରା ପୁସ୍ତକ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଆକାଶବାଣୀ କଳାକାର ସୁରେଶ ମିଶ୍ରଙ୍କ ସୁନ୍ଦର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । କବି ସନାଲ ମହାରଣା ପୁସ୍ତକ ବିଷୟରେ ଲେଖକୀୟ ଅଭିଭାଷଣ ରଖିଥିଲେ । ଇଙ୍କ ଡିୟୁର ପ୍ରତିଷ୍ଠାତା ଡଃ ମନୋଜ ନାୟକ ପ୍ରକାଶନ ବିଷୟରେ ଏକ ହୃଦୟସ୍ପର୍ଶୀ ଭାଷଣ ଦେଇ ନିଜ ମିଶନ ଏବଂ ଦୃଷ୍ଟିକୁ ଆଲୋକିତ କରିଥିଲେ । ପରେ ଏହି ପୁସ୍ତକକୁ ଇଞ୍ଜିନିୟର ସୁଶୀଲ କୁମାର ଗୋଛାୟତ, ଡଃ. ରଘୁନାଥ ଶତପଥୀ ଏବଂ ଓ୍ବାଇ. ପ୍ରଭାକର ପାତ୍ର ସମୀକ୍ଷା କରିଥିଲେ । ଏହି ଉତ୍ସବରେ ଡଃ ପଣ୍ଡା, ବୁଲୁ ହୋତା ଏବଂ ଅଜିତ ପାତ୍ର ସେମାନଙ୍କର ଚୁମ୍ବକୀୟ ପଦ ଏବଂ ବକ୍ତବ୍ୟ ସହିତ ପ୍ରଥମ ଅଧିବେଶନ ଶେଷ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାତ୍ର କବି ସୋନାଲ ମହାରଣାଙ୍କୁ ଇଙ୍କଡିୟୁ ତରଫରୁ ପ୍ରକାଶନ ମାନପତ୍ର ପ୍ରଦାନ କରାଯାଇଥିଲା। ଦ୍ଵିତୀୟ ଅଧିବେଶନରେ କବି ସନାଲଙ୍କୁ ପୁସ୍ତକ ସମ୍ୱନ୍ଧୀୟ ବିଭିନ୍ନ ପ୍ରଶ୍ନର ପଚରାଯାଇଥିଲା, ଯାହାକୁ ସେ ସୁନ୍ଦର ଭାବରେ ଉତ୍ତର ଦେଇଥିଲେ । କବି ରାମକୃଷ୍ଣ ପାତ୍ର, ଲାବଣ୍ୟ ନାୟକଙ୍କ ସହିତ ଅନେକ କବି ନିଜନିଜ ସ୍ବରଚିତ କବିତା ଆବୃତି କରି ଏକ ମନଜ୍ଞ ବାତାବରଣ ସୃଷ୍ଟି କରିଥିଲେ । ସର୍ବଶେଷରେ ରଶ୍ମିତା ବାରିକ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ । ଇଙ୍କଡିୟୁ ପ୍ରକାଶନ ସହ ଜଡିତ ଲାବଣ୍ୟ ନାୟକଙ୍କ ସଂଯୋଜନା, କ୍ଷୀରୋଧ ନାୟକ ଓ ସମସ୍ତ ବନ୍ଧୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.