ଲୁକ୍କାୟିତ ନୂତନ ଯୁବ ପ୍ରତିଭାଙ୍କ ଅନ୍ୱେଷଣରେ ଅ’ ପତ୍ରିକାର ଅଭିଯାନ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଧବଳେଶ୍ଵର ଡିଗ୍ରୀ କଲେଜ ମୋହନଗିରି ଠାରେ “ଅ” ପତ୍ରିକା ତରଫରୁ ନୂଆ ଶବ୍ଦ ନୂଆ କଲମ ତଥା ଲୁକ୍କାୟିତ ନବ ପ୍ରତିଭାର ଅନ୍ୱେଷଣରେ ଏକ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶିକ୍ଷା ଅଧ୍ୟାପକ ଅଜିତ କୁମାର ବିଶ୍ବାଳ ମଞ୍ଚ ପରିଚାଳନା କରିବା ସହିତ ସମସ୍ତ ସଦସ୍ୟ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇ ଥିଲେ। ଏଥିରେ ମହାବିଦ୍ୟାଳୟର ଅନେକ ଛାତ୍ର ଛାତ୍ରୀ ଭାଗ ନେଇ ‘ଶୀତୁଆ ସକାଳ ଓ ସମୟ’ ଶୀର୍ଷକରେ କବିତା ଲେଖିଥିବା ବେଳେ ହେମାଳ ବେଶ୍ରା ପ୍ରଥମ, ଅନିତା ମାଝି ଦ୍ଵିତୀୟ ଓ ଲୁକେଶ୍ୱରି ଧରୁଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। “ଅ” ଅନୁଷ୍ଠାନର ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କ ସଭାପତିତ୍ବରେ ସମସ୍ତ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ରୂପକ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଧ୍ରୁବ ଚରଣ ଗାନ୍ଧୀ ମୁଖ୍ୟ ଅଥିତି ଭାବରେ ଅଭିଭାଷଣ ପ୍ରଦାନ କରିବା ସହିତ ଶିକ୍ଷା ଅଧ୍ୟାପକ ଅଜିତ କୁମାର ବିଶ୍ବାଳ ଛାତ୍ର ଛାତ୍ରୀ ମାନଙ୍କ ବୌଦ୍ଧିକ ଜ୍ଞାନର ବିକାଶ ଉପରେ ଆଲୋକପାତ କରିଥିଲେ। ଏହି ସଭାରେ ଅଧ୍ୟାପକ ଜିତୁରାମ୍ ପ୍ରଧାନ, ହେମନ୍ତ ଭୋଇ ଏବଂ କଲେଜର ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। କାର୍ଯ୍ୟକାରୀ ସମ୍ପାଦକ ଦୀପକ ସାହୁ, ବିଶ୍ଵନାଥ ସାହୁ, କାହ୍ନୁ ଚରଣ ସାହୁ, ଶରତ ପ୍ରମୁଖ କାର୍ଯ୍ୟକ୍ରମରେ ଅ’ ଅଭିଯାନ ଉପରେ ନିଜର ସମ୍ୟକ ବିବୃତି ରଖିଥିଲେ। ଏଥିରେ ସମୀର ପୁଝାରୀ, ହେମାଳ ଓ ଅନ୍ୟାନ୍ୟ ଛାତ୍ର ଛାତ୍ରୀ ନିଜସ୍ଵ କବିତା ପାଠ କରିବା ସହିତ ପ୍ରାୟ ୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ କବିତା ଆସର କାର୍ଯ୍ୟକ୍ରମରେ ଭାଗନେଇ ନିଜସ୍ଵ କବିତା ରଚନା କରିଥିଲେ। ପରିଶେଷରେ ଅ’ ପତ୍ରିକାର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ଆଗାମୀ ଜାନୁୟାରୀରେ ଅନୁଷ୍ଠିତ ହେବାକୁ ଥିବା ଅ’ ମହୋତ୍ସବରେ ସମ୍ମାନିତ କରିବା ସହିତ ସମସ୍ତ ପ୍ରତିଭାଙ୍କୁ ଅ’ ସାହିତ୍ୟର ମୁଖ୍ୟ ଧାରାରେ ସାମିଲ ହେବାକୁ ଆହ୍ବାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.