✒️ତ୍ରିନାଥ ପଟ୍ଟନାୟକ
ଆମେ ସତେ ଅଟୁ ଏକ ଫୁଲ କଢି
ଶିଶୁ କଞ୍ଚା ମାଟି ପରି
ଛୋଟ ଶିଶୁ ଆମେ ଭରିଛି କୋମଳତା
ସ୍ୱପ୍ନେ କେତେ ଆଶା ଭରି।।
ସେ ଯେ ଆଉ କେହି ନୁହଁନ୍ତି
ଆମେ ଅଟୁ ପ୍ରାଚୀ, ପିନାକୀ
ଦୁହେଁ ଦୁହିଁଙ୍କ ମଧ୍ୟେ ହୃଦେ ରହିଛି
କେତେ ସ୍ନେହ ଯେ ଭରିକି।।
ଚକଲେଟ୍ ଖିଆରେ ଯେ ଦୁହିଁଙ୍କ
ମନ ଯାଏ ଅବା ହଜି
ପୁଣି କାର୍ଟୁନ୍ ଦେଖାରେ ଲଭେ
ଆନନ୍ଦ ଯାଏ ସତେ ମଜି।।
ଅଝଟିଆ ପଣେ ବେଳେ ହଜନ୍ତି
କାଳିଆ କାହ୍ନୁ ପରି
ସତେ ଲାଗେ ଅବା ସରଗୁ ଖସିଛି
ଉଦୟ ଭାନୁ ଯେପରି।।
ପ୍ରାଚୀ, ପିନାକୀ ଅଟନ୍ତି ଯେ ଆମ
ଦେଶ ପିଲା କଢି
ଆମେ ନିଶ୍ଚେ ଫୁଲ ହେବୁ ଯିବୁ ହୋଇ
ଏକ ସାଥେ ପାଠ ପଢି।।