କୋରାପୁଟ, (ତ୍ରିନାଥ ପଟ୍ଟନାୟକ): କୋରାପୁଟ ସହରରେ ପୋଲିସ ଓ ପରିବହନ ବିଭାଗ ଦ୍ୱାରା ବିଭିନ୍ନ ଛକରେ ଯାନବାହାନ ଧରପଗଡ କରାଯାଇଥିଲା। ରାସ୍ତାରେ ଶଦ୍ଦ ପ୍ରଦୂଷଣ କରି ଗାଡି ଚଳାଇବା, ମୋବାଇଲରେ କଥାହୋଇ ଗାଡି ଚଳାଇବା, ସିଟ ବେଲ୍ଟ ନ ପିନ୍ଧିବା ପ୍ରଭୃତି ବାବଦରେ ୨୫ ଜଣ ବ୍ୟକ୍ତିଙ୍କଠାରୁ ୧ ଲକ୍ଷ ୩୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିବା କୋରାପୁଟ ଟାଉନ ପୋଲିସ ଭାରପ୍ରାପ୍ତ ନିରୀକ୍ଷକ ଧିରେନ ପଟନାୟକ ସୂଚନା ଦେଇଛନ୍ତି। ଏହି ଧରପଗଡ ସମୟରେ ଅତିରିକ୍ତ ପରିବହନ ଅଧିକାରୀ ତପନ କୁମାର ବେଟି, ଅତିରିକ୍ତ ଆଇଆଇସି ଶଙ୍କର ପ୍ରସାଦ ମାଝିଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।