ସାମ୍ବାଦିକ ମହମ୍ମଦ ଅସଲମଙ୍କ ଆଶୁ ଆରୋଗ୍ୟ କାମନା: ସାମୁହିକ ଦୀପଦାନ କଲେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ଏବଂ ଲାଞ୍ଜିଗଡ ପ୍ରେସ୍ କ୍ଲବ କର୍ମକର୍ତ୍ତା

ଲାଞ୍ଜିଗଡ଼: ପ୍ରମେୟ ନ୍ୟୁଜ-୭ ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ମହମ୍ମଦ ଅସଲମଙ୍କ ଆଶୁ ଆରୋଗ୍ୟ କାମନାକରି ବଞ୍ଜାରୀ ଦେବୀଙ୍କ ପାଖରେ ସାମୁହିକ ଦୀପଦାନ କରିଛନ୍ତି ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ଏବଂ ଲାଞ୍ଜିଗଡ ପ୍ରେସ୍ କ୍ଲବ କର୍ମକର୍ତ୍ତା। ସାମ୍ବାଦିକ ଅସଲମ ହଠାତ ବେହୋସ୍ ହୋଇ ପଡିବାରୁ ପ୍ରଥମେ ତାଙ୍କୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସେଠାରେ ତାଙ୍କର ଏକ ବଡ ଧରଣର ଅସ୍ତ୍ରୋପଚାର କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ତେବେ ଅସଲମଙ୍କ ଅସୁସ୍ଥ ଖବର ପ୍ରଚାରିତ ହେବାପରେ ରାଜ୍ୟ ବ୍ୟାପି ସାମ୍ବାଦିକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ଲାଞ୍ଜିଗଡ଼ ଓ ଲାଞ୍ଜିଗଡ ପ୍ରେସ୍ କ୍ଲବ ପକ୍ଷରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରି କିଡିଙ୍ଗ ନିକଟସ୍ଥ ପ୍ରତ୍ୟକ୍ଷ ବଞ୍ଜାରି ଦେବୀଙ୍କ ମନ୍ଦିରଠାରେ ସାମୁହିକ ପ୍ରାର୍ଥନା ଓ ଦୀପଦାନ କରାଯାଇଛି।

Udyog Nursery
Udyogi Nursery

ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ଲାଞ୍ଜିଗଡ଼ ସଭାପତି ଦୁଃଖିଶ୍ୟାମ ନାଗ (ନିଲେଶ) ଏବଂ ଲାଞ୍ଜିଗଡ ପ୍ରେସ୍ କ୍ଲବର ସଭାପତି କୈଳାସ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଓଟିଭି ପ୍ରତିନିଧି ରାଜକୁମାର ସିଂହଦେଓ, ପିଇଡବ୍ଲୁ ମିଡିଆ ଏସୋସିଏସନର ଉପଦେଷ୍ଠା ସନ୍ତୋଷ କୁମାର ତୁଳ, ସାଧାରଣ ସମ୍ପାଦକ ଗୋପାଳ ଦାସ ମହାନନ୍ଦ, କୋଷାଧ୍ୟକ୍ଷ ହୃଷିକେଶ ମାଝୀ, ସହ ସମ୍ପାଦକ ମୁନା ପ୍ରଧାନୀ, ସଦସ୍ୟ ମନୋଜ ଦୋରା, ଦେବାନନ୍ଦ ମାଝୀ, ରାଜେଶ ସାହୁ ଏବଂ ଲାଞ୍ଜିଗଡ଼ ପ୍ରେସ କ୍ଲବର ସାଧାରଣ ସମ୍ପାଦକ ଶୁସିଲ କୁମାର ବାଗ ପ୍ରମୁଖ ଉପସ୍ଥିତ ଥିଲେ।ଯୁବ ସମାଜସେବୀ ଈଶ୍ୱର ବଗର୍ତ୍ତି, ଲାଞ୍ଜିଗଡରୋଡର ପୂର୍ବତନ ନାଏବ ସରପଞ୍ଚ କେଶବ ଚନ୍ଦ୍ର ବାରିକ, ଉପେନ୍ଦ୍ର ଶବର, ଉମେଶ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.