ବିଭିନ୍ନ ସମସ୍ୟାକୁ ନେଇ କିଡିଙ୍ଗ ଛକ ନିକଟରେ ରାସ୍ତାରୋକ କଲେ ଲାଞ୍ଜିଗଡରୋଡ ପଞ୍ଚାୟତବାସୀ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଭବାନୀପାଟଣା-ରାୟଗଡାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ଛକ ନିକଟରେ ଆଜି (ବୁଧବାର) ରାସ୍ତାରୋକ କରିଛନ୍ତି ପଞ୍ଚାୟତବସୀ। ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ କିଡିଙ୍ଗର ୬ନଂ ରାଜ୍ୟ ରାଜପଥରେ ସକାଳ ୬ଟାରୁ ଧାରଣାରେ ବସିଥିଲେ ଅଞ୍ଚଳବାସୀ। ସୂଚନାଯୋଗ୍ୟ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ଅନେକ ଗୁଡ଼ିଏ ଗାଁ ଅଛି ଯାହାକି ସରକାରଙ୍କ ମୈାଳିକ ସୁବିଧାରୁ ବଞ୍ଚିତ ରହିଛି। ସେଥି ମଧ୍ୟରୁ ଅନ୍ୟତମ ହେଉଛି ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର ମାଡିବନ୍ଧା, ମହେଶ୍ଵରପୁର ମଧ୍ୟରେ ଥିବା ସାନ୍ଦୁଲ ନଦୀରେ ପୋଲ ନିର୍ମାଣ‌, କିଡିଙ୍ଗ ୬ନଂ ରାଜ୍ୟ ରାଜପଥ ଠାରୁ ଲାଞ୍ଜିଗଡ଼ ପିଡ଼ବ୍ଲୁଡିକୁ ରାସ୍ତା ନିର୍ମାଣ ଏବଂ କିଡିଙ୍ଗ ଠାରେ ହେଇଥିବା ବସୁଧା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରାଯାଇ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା।

Omkar Vasthu
Omkar Vasthu


ତେବେ ଏହି ପୋଲ ନିର୍ମାଣ, ରାସ୍ତା ନିର୍ମାଣ ଓ ପାନୀୟ ଜଳ ପ୍ରକଳ୍ପକୁ ନେଇ ବାରମ୍ବାର ମନ୍ତ୍ରୀ, ବିଧାୟକ, ସାଂସଦ ତଥା ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ହେଁ ଆଜି ଯାଏଁ କିଏ କର୍ଣ୍ଣପାତ କରୁନାହାନ୍ତି। ଏହାକୁ ନେଇ ୨୦୧୯ ସାଧାରଣ ନିର୍ବାଚନରେ ମାଡିବନ୍ଧା ଗ୍ରାମବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ। ଗତ ୨୪ ତାରିଖ ଦିନ ଏକ ବୈଠକ କରିଥିବା ବେଳେ ଶେଷରେ ନିଷ୍ପତ୍ତି ନେଇଥିଲେ ରାଜ ରାସ୍ତାକୁ ଅବରୋଧ କରିବାପାଇଁ। ତେବେ ଆଜି ସକାଳୁ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତର କିଡିଙ୍ଗ, ମାଡିବନ୍ଧା, ମହେଶ୍ଵରପୁର, ଲାଞ୍ଜିଗଡ଼ରୋଡ଼, କାଉଗୁଡା, ସିକେରକୁପା ଗ୍ରାମର ଶତାଧିକ ଲୋକେ ଆସି କିଡିଙ୍ଗ ୬ନଂ ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଦିର୍ଘ ସମୟ ଧରି ଗାଡିମୋଟର ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ଆଡିସନାଲ୍ ଏସପି ଅଭିନାଶ ସୋନକର, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୋନାଙ୍ଗା ବହୁ ସମୟ ବୁଝାଇ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା। ନର୍ଲା ଥାନାଧିକାରୀ ରେଣୁକା ସୁନାଙ୍କ ନେତୃତ୍ୱରେ ପୁଲିସ ବାହିନୀ ନିୟୋଜିତ ଥିବା ବେଳେ ଦୀର୍ଘ ୮ଘଣ୍ଟା ପରେ ରାସ୍ତାରୋକ ହଟିବା ସହ ଯାତାୟତ ସ୍ବଭାବିକ ହୋଇଛି। ତେବେ ଆଗାମୀ ଦିନରେ ପ୍ରତିଶୃତି ପୂରଣ ନହେଲେ ପୁଣି ଥରେ ରାସ୍ତାରୋକ ତଥା ଭୋଟ ବର୍ଜନ କରିବୁ ବୋଲି ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି।


ଏହି ରାସ୍ତାରୋକରେ ଲାଞ୍ଜିଗଡ଼ରୋଡ଼ ଗ୍ରାମ ପଞ୍ଚାୟତ କ୍ରିୟାନୁଷ୍ଠାନ କମିଟିର ସଭାପତି ଟଙ୍କଧର ମାଝୀ, ସଦସ୍ୟ ଚନ୍ଦ୍ରଶେଖର ମହାପାତ୍ର, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକିର ମୋହନ ମାଝୀ, କଂଗ୍ରେସ ସଭାପତି ହରିହର କୁମାର, ସମିତି ସଭ୍ୟ କୈ।ନୋଜ ରାଉତ, ପୂର୍ବତନ ସମିତି ସଭ୍ୟ ଦିପକ କୁମାର ମହାପାତ୍ର, ସଞ୍ଜିବ ଗଉଡ, ବିଦ୍ୟାଧର ମାଝୀ, ବିନାୟକ ଶବର, ଗୁଣ ବଗର୍ତ୍ତୀ, ସୈ।ମ୍ୟ ରଞ୍ଜନ ପାତ୍ର, ମିଲନ କୁମାର ମହାପାତ୍ର, ଜ୍ୟୋତି ମହାପାତ୍ର, ମାଡିବନ୍ଧା ୱାଡ ସଭ୍ୟ ସତ୍ୟଭାମା ଗଉଡ, ଡମୁ ଗଉଡ, ସୁରେଶ ହରିଜନ, ଧନେଶ୍ଵର ହରିଜନ, ଟିମା ଗଉଡ, କିଡିଙ୍ଗ ୱାଡ ସଭ୍ୟ ଲୋଚନ ଶବର, ଚନ୍ଦ୍ରମଣି ଭୋଇ, ବରିଷ୍ଠ ସମାଜସେବୀ ସିମାଞ୍ଚଳ ସଗରିଆ ନାଏବ ସରପଞ୍ଚ ସୂର୍ଯ୍ୟ ମଙ୍ଗରାଜ, ବୈଦେଇ ଗହିର, ଦଶରଥ ଶବର, ପାନ ବଗର୍ତ୍ତୀ, ରାଇମତୀ ଶବର, ପୂର୍ଣ୍ଣଚନ୍ଦ୍ର ଗଉଡ, ସତ୍ୟ ଶବର, ପୁଷ୍ପା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଲାଞ୍ଜଗଡରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.