ଦେଝେର ଠାରେ ଓଡ଼ିଶା ପୁଷ୍ଟି ମହୋତ୍ସବ ପାଳିତ

ଟେମରି, (ଜଗଜ୍ଜିବନ ସା): ଗୋଲାମୁଣ୍ଡା ବ୍ଲକ ଧାମନପୁର ଗ୍ରାମ ପଞ୍ଚାୟତର ଦେଝେରଠାରେ ଓଡିଶା ସରକାରଙ୍କ ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ମହିଳା ଶିଶୁ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ମିଳିତ ସହଯୋଗରେ ଓଡ଼ିଶା ପୁଷ୍ଟି ମହୋତ୍ସବ ପାଳିତ ହୋଇ ଯାଇଛି।


ଏଥିରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଜୀବିକା ସଂଯୋଜକ ଅଜୟ ମାଝୀ ଯୋଗ ଦେଇ ଗର୍ଭବତୀ ମା, ଶିଶୁ, ମହିଳା ଓ କିଶୋରୀ ବାଳିକା ମାନଙ୍କୁ ମୋ ଉପକାରୀ ବଗିଚାରୁ ପନିପରିବା ଓ ପୃଷ୍ଟିକର ଖାଦ୍ୟ ଉପରେ ପ୍ରଦର୍ଶନ ଓ ସଚେତନ କରିଥିଲେ।

କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ କୁଞ୍ଜଲତା ସାହୁ , ଆଶାକର୍ମୀ ଜୟନ୍ତୀ ଭୋଇ,ଏମବିକେ ରାନୁ ଛତ୍ରିଆ, ସିଆରପି ରଶ୍ମିତା ପଟେଲ ଓ ଶିବାନୀ ଲହଜଲ ଯୋଗ ଦେଇଥିବା ବେଳେ ଦେଝେର ଗ୍ରାମର ୧୫ଟି ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.