ନାକଟି ପଂଚାୟତର ଦୁର୍ଗମ ଗ୍ରାମ ପରିଦର୍ଶନରେ ରାୟଗଡା ବିଡିଓ

● ଗ୍ରାମବାସୀଙ୍କ ମୈାଳିକ ସୁବିଧାକୁ ନେଇ ଆଲୋଚନା କଲେ ବିଡିଓ ଲକ୍ଷ୍ମୀ ନାରାୟଣ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ବ୍ଳକର ନାକଟି ଗ୍ରାମ ପଂଚାୟତର ଦୁର୍ଗମ ପାଙ୍ଗଲେଲେରୀ, ପରମଝୋଲା, ଟୁୁଡୁଲେଲେରୀ ଆଦି ତିନୋଟି ଗ୍ରାମ ପରିଦର୍ଶନ କରିଛନ୍ତି ରାୟଗଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀନାରାୟଣ ସାବତ । ରାୟଗଡା ବ୍ଳକ ପ୍ରଶାସନର କ୍ଷେତ୍ର କର୍ମଚାରୀଙ୍କୁ ନେଇ ବିଡିଓ ଶ୍ରୀ ସାବତ ଗ୍ରାମବାସୀମାନେ ପାଉ ନ ଥିବା ମୈାଳିକ ସୁବିଧା ସମ୍ବନ୍ଧରେ ଆଲୋଚନା କରିଛନ୍ତି ।


ବିଶେଷ କରି ଉକ୍ତ ଗ୍ରାମଗୁଡିକରେ ପାନୀୟ ଜଳ, ବିଦ୍ୟୁତ, ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତାଘାଟ, ଭତା ପ୍ରଦାନ ଆଦି ସରକାରୀ ବ୍ୟବସ୍ଥା ବିଷୟରେ ମିଳୁଥିବା ସୁବିଧା ସଂପର୍କରେ ପଚାରି ବୁଝିଥିଲେ । ସେହିପରି ଦୀର୍ଘ ବର୍ଷର ଦାବି ପୂରଣ ଦିଗରେ ପ୍ରଶାସନ ପକ୍ଷରୁ ଟୁଡୁଲେଲେରୀ ଗ୍ରାମକୁ ଗମନାଗମନର ସୁବିଧା ପାଇଁ ନିର୍ମାଣ କରାଯାଉଥିବା ରାସ୍ତାର ଅନ୍ତିମ ପର୍ଯ୍ୟାୟ କାର୍ଯ୍ୟକୁ ବିଡିଓ ଶ୍ରୀ ସାବତ ତଦାରଖ କରିଥିଲେ । ପ୍ରକାଶ ଥାଉ କି, ଉକ୍ତ ଅଂଚଳରେ ପକ୍କା ରାସ୍ତାଟିଏ ନ ଥିବାରୁ ଗ୍ରାମବାସୀମାନେ ପଡୋଶୀ କୋରାପୁଟ ଜିଲ୍ଳାର ରାସ୍ତାକୁ ବ୍ୟବହାର କରି ରାୟଗଡା ଜିଲ୍ଳା ସଦର ମହକୁମା ସହ ଯୋଡି ହେଉଥିଲେ । ରାସ୍ତାଟିଏ ନ ଥିବାରୁ ପିଡିଏସ ବ୍ୟବସ୍ଥାରେ ସାମଗ୍ରୀ ଆଣିବା ହେଉ ଅଥବା ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉକ୍ତ ଅଂଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ ।

ତେବେ ଉକ୍ତ ରାସ୍ତା କାର୍ଯ୍ୟଟି ସଂପୂର୍ଣ୍ଣ ହେଲେ ଅଂଚଳରେ ଥିବା ଟୁଡୁଲେଲେରୀ, ପରମଝୋଲା, ପାଙ୍ଗଲେଲେରୀ ଓ କାଲୁଗାଁ ଗ୍ରାମକୁ ମୈାଳିକ ସୁବିଧା ପଂହଚାଇବାରେ ବ୍ଳକ ପ୍ରଶାସନ ସହାୟକ ହୋଇପାରିବ ଏବଂ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାଗୁଡିକ ଗ୍ରାମବାସୀଙ୍କ ପାଖେ ପଂହଚିପାରିବ ବୋଲି ବିଡିଓ ଶ୍ରୀ ସାବତ ପ୍ରକାଶ କରିଛନ୍ତି । ବିିଡିଓ ଶ୍ରୀ ସାବତଙ୍କ ଏହି ଗସ୍ତ ସମୟରେ ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ, କନିଷ୍ଠ ଯନ୍ତ୍ରୀ, ପିଇଓ ନବୀନ ନାଏକ, ଜିଆରଏସ, ଯୋଗାଣ ନିରୀକ୍ଷକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.