ସାହିତ୍ୟକୁ ଲୋକାଭୀମୁଖୀ କରିବାର ଅଭିନବ ପ୍ରୟାସ: ବିବାହ ଉତ୍ସବରେ ପୁସ୍ତକ ଲୋକାର୍ପିତ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଅଧିନସ୍ଥ ଘୋଡାବନ୍ଧ ଗ୍ରାମ ନିବାସୀ ସର୍ବେଶ୍ୱର ସାହୁଙ୍କ କନିଷ୍ଠ ପୁତ୍ରଙ୍କ ବିବାହ ଉତ୍ସବରେ ବନ୍ଧୁ ମିଳନ ସହିତ କବିତା ଆସର ଏବଂ ପ୍ରତିଭାବାନ ବ୍ୟକ୍ତିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ହଳଦିଆ ତୈଳିକ ସମାଜର କଳାହାଣ୍ଡି ସଭାପତି ନୀଳମଣି ସାହୁଙ୍କ ସଭାପତିତ୍ୱରେ ଏହି ସାରସ୍ୱତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଭାବନୀପାଟଣା ମହାବିଦ୍ୟାଳୟର ରେଜିଷ୍ଟାର ପିତାମ୍ବର ଭୋଇଙ୍କ କର କମଳରେ କଳାହାଣ୍ଡିର ପ୍ରଥମ ସ୍ୱାଧିନତା ସଂଗ୍ରାମୀ କନ୍ଧ ସର୍ଦ୍ଦାର ସହୀଦ ରେଣ୍ଡୋମାଝୀଙ୍କ ଜୀବନୀ ପୁସ୍ତକ ଲୋକାର୍ପିତ ହୋଇଥିଲା। କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ ତଥା ଓଡିଶାର ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକଙ୍କ ଦ୍ୱାର ଗତ ୨୦୨୦ ସାଧାରଣତନ୍ତ୍ର ଦିବସରେ ଆଦିବାସୀ ପ୍ରତିଭା ସମ୍ମାନ ୨୦୨୦ ଙ୍କ ଅକ୍ଲାନ୍ତ ପରିଶ୍ରମ କରି ପ୍ରାୟ ଦୁଇଶହ ପୃଷ୍ଠା ବିଶିଷ୍ଟ ଅନାଲୋଚିତ ସହୀଦ ରେଣ୍ଡୋ ମାଝୀଙ୍କ ଜୀବନ ଦର୍ଶନ ଲେଖି ଉଚ୍ଚ ପ୍ରଶଂଶିତ ହୋଇଥିଲେ। ଏହି ପୁସ୍ତକ ଲେଖିବାର କନ୍ଧମାଳ ଆଶୁକବି ପ୍ରଦୀପ କଅଁର ଏବଂ ଶିକ୍ଷାପ୍ରେମୀ କୁଳମଣି ସାହୁ ପୂର୍ଣ୍ଣ ସହଯୋଗ କରିଥିଲେ।

Omkar Vasthu
Omkar Vasthu


ମା ପତ୍ରୀକା ସାହିତ୍ୟ ଅନୁଷ୍ଠାନ ଘୋଡାବନ୍ଧ ତରଫରୁ ଶ୍ରୀ ଜାନୀ, ପବିତ୍ର ଶବର, ପ୍ରଦୀପ କଅଁର, ଶ୍ରକାନ୍ତ ମଲ୍ଲିକଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉପସ୍ଥିତ କବିଗଣଙ୍କ ମଧ୍ୟରୁ କବି ମଧୁସୁଦନ ରାଉତ ପବିତ୍ର ବିବାହ ବନ୍ଧନର ତାତ୍ପର୍ଯ୍ୟକୁ ଆଧାର କରି ଭାଗବତ ସ୍ୱରରେ କବିତା ଗାନକରି ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅନ୍ୟାନ୍ୟ କବି ମାନଙ୍କ ମଧ୍ୟରେ କନ୍ଧକବି କ୍ଷିତୀଶ ଚନ୍ଦ୍ର ମାଝୀ, ଓ ଆଶୁକବି ଅରୁଣ ପ୍ରଧାନୀ ପ୍ରମୁଖଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା। ପ୍ରାୟ ୫୦ ରୁ ଉର୍ଦ୍ଧ୍ବ କଳାକାର କନ୍ଧ ସାହିତ୍ୟ ଓ ସମାଜସେବୀଙ୍କୁ ସମ୍ମାନୀତ କରାଯାଇଥିଲା। ମୁଖ୍ୟବକ୍ତା ପଦ୍ମଲୋଚନ ମିଶ୍ର ରେଣ୍ଡୋମାଝୀ କଳାହାଣ୍ଡିର ଗର୍ବ ଓ ଗୌରବ କହି ବକ୍ତବ୍ୟ ପ୍ରଦାନ କରିଥିଲେ। ଯୁଗଯାତ୍ରୀ ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ହେମନ୍ତ ସାହୁ ଏବଂ କବି ଅରୁଣ ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ କୁଳମଣି ସାହୁ ସ୍ୱାଗତ ଭାଷଣ ଦେଇ ସଭାର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ମୁଖ୍ୟ ଅତିଥି ଏହି ନିଆର କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ। ବିବାହ କେବଳ ଭୋଜି ଭାତରେ ସିମୀତ ନରହି ଏପରି ପ୍ରେରଣା ପ୍ରଦ ନୂତନ ଦିଗ୍ଦର୍ଶନ ସମାଜ କୁ ଦେଲେ ସମାଜର ପରିବର୍ତ୍ତନ ହେବ ବୋଲି ଆଶା ବ୍ୟକ୍ତ କରିଥିଲେ। ପରିଶେଷରେ ସାମ୍ବାଦିକ ମନୋଜ କୁମାର ଷଢଙ୍ଗୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଭଳି ପ୍ରୟାସ ସାହିତ୍ୟ ଜନାଭିମୁଖୀ କରିବାରେ ସହାୟକ ହେବ ବୋଲି ଅତିଥି ବୃନ୍ଦ ମତପ୍ରକାଶ କରିଥିଲେ। କବି କୁମୁଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.