ଉତ୍କଳ ଆଲୁମିନା ପକ୍ଷରୁ ନୂଆଗାଁ ଗ୍ରାମରେ ତୈଳ ନିଷ୍କାସନ ପ୍ରକଳ୍ପ ଉଦ୍‍ଘାଟିତ

ରାୟଗଡା/କାଶିପୁର: କୃଷି ଉତ୍ସ ଜରିଆରେ କୃଷକଙ୍କ ଆୟ ବୃଦ୍ଧି ଘଟାଇବା ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ନିଜର କୌଶଳ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଡଷ୍ଟ୍ରିଜ ଲିମିଟେଡ (ୟୁଏଆଇଏଲ) ପ୍ରୋଜେକ୍ଟ ସୁଗନ୍ଧା ଅଧୀନରେ ରାୟଗଡା ଜିଲା କାଶିପୁର ବ୍ଲକର ନୂଆଗାଁ ଗ୍ରାମରେ ଏକ ତୈଳ ନିଷ୍କାସନ ୟୁନିଟ ଉଦ୍‍ଘାଟନ କରିଛି ।

Omkar Vasthu
Omkar Vasthu


ପ୍ରୋଜେକ୍ଟ ସୁଗନ୍ଧା ହେଉଛି ଏକ ଲେମନ ଗ୍ରାସ ଚାଷ ପ୍ରକଳ୍ପ ଯାହା ଉତ୍କଳ ଆଲୁମିନା ଦ୍ୱାରା ୨୦୧୯ରେ ଆରମ୍ଭ କରାଯାଇଥିଲା ଏବଂ ସେବେଠାରୁ ଏହା ପାରିପାର୍ଶ୍ୱିକ ଗ୍ରାମଗୁଡିକର କୃଷକଙ୍କ ନିମନ୍ତେ ଆକାଙ୍‍କ୍ଷିତ ସୁଫଳ ପ୍ରଦାନ କରିବାରେ ଲାଗିଛି । ୨୦୧୮-୧୯ରେ ୧୨ ଜଣ ଚାଷୀ, ୨୦ ଏକର ଜମି ଏବଂ ଗୋଟିଏ ମାତ୍ର ଗ୍ରାମରେ ଆରମ୍ଭ ହୋଇଥିବା ମହତାକାଂକ୍ଷୀ ପ୍ରୟାସ ପ୍ରୋଜେକ୍ଟ ସୁଗନ୍ଧା ସଂପ୍ରତି ୨୦୨୧-୨୨ରେ ୯୮ ଚାଷୀ, ୧୪୩.୭ ଏକର ଜମି ଏବଂ ୧୪ଟି ଗ୍ରାମକୁ ସଂପ୍ରସାରିତ ହୋଇପାରିଛି ।

Pearl dental clinic
Near Ashish Medical Store, Bhawanipatna


ନୂଆଗାଁ ଗ୍ରାମରେ ଏକ ତୈଳ ନିଷ୍କାସନ ପ୍ରକଳ୍ପ ସ୍ଥାପନ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦୀର୍ଘଦିନରୁ ଦାବି କରାଯାଇଆସୁଥିଲା, କାରଣ ସଂପ୍ରତି ରହିଥିବା ତୈଳ ନିଷ୍କାସନ ୟୁନିଟ ଗ୍ରାମଠାରୁ କିଛି ଦୂରରେ ଅବସ୍ଥିତ ଏବଂ ଏହା ଗ୍ରାମବାସୀଙ୍କୁ ଯାତାୟତ ଓ ପରିବହନ ବାବଦରେ ଅଧିକ ଖର୍ଚ୍ଚସାପେକ୍ଷ ହେଉଥିବା ଏବଂ ଏହି କାରଣରୁ ସେମାନଙ୍କ ପୁଞ୍ଜିନିବେଶ ଉପରେ ଆୟ ପରିମାଣ କମ୍‍ ରହୁଥିଲା । ଗ୍ରାମରେ ନୂଆ ପ୍ରକଳ୍ପ ଉଦ୍‍ଘାଟନ ଅବସରରେ ଉପସ୍ଥିତ ଗ୍ରାମବାସୀ ସେମାନଙ୍କର ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହିତ ଏହି ଧରଣର ପ୍ରୟାସ ପାଇଁ ଉତ୍କଳ ଆଲୁମିନାକୁ ସେମାନଙ୍କର ହାର୍ଦ୍ଦିକ କୃତଜ୍ଞତା ଜଣାଇଥିଲେ । ଏହି ତୈଳ ନିଷ୍କାସନ ପ୍ରକଳ୍ପ ୩ରୁ ୫ଟି ଗ୍ରାମର ୯୫ ଚାଷୀ, ୧୦୦ ଏକର ଜମିରେ ହେଉଥିବା ଲେମନ ଗ୍ରାସ୍‍ ପ୍ରକ୍ରିୟାକରଣ ଆବଶ୍ୟକତା ପୂରଣ କରିବ ।

Udyog Nursery
Udyogi Nursery


ୟୁଏଆଇଏଲ୍‍ର ୟୁନିଟ ହେଡ ଶ୍ରୀ ମଜହର ବେଗ୍‍ ପ୍ରୋଜେକ୍ଟ ସୁଗନ୍ଧାର ସଫଳତା ସମ୍ପର୍କରେ ପ୍ରକାଶ କରିବା ସହିତ ଗ୍ରାମବାସୀ ଏହି ତୈଳ ନିଷ୍କାସନ ପ୍ରକଳ୍ପର ଫଳପ୍ରସୂ ଫାଇବା ନେବା ଏବଂ ଏହାର ଦୀର୍ଘକାଳୀନ କାର୍ଯ୍ୟକାରିତା ନିମନ୍ତେ ବିଚାରବନ୍ତ ଭାବରେ ଏହାର ବ୍ୟବହାର କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । କୃଷକମାନଙ୍କ ପାଇଁ ଅଧିକ ଆୟ ଆଣିଦେବାରେ ସହାୟକ ହୋଇପାରୁଥିବା
ସମ୍ଭାବ୍ୟ ସମ୍ବଳର ପୂର୍ଣ୍ଣ ସୁଯୋଗ ନେବାକୁ ସେ ମଧ୍ୟ ସିଏସ୍‍ଆର ଦଳକୁ ପରାମର୍ଶ ଦେଇଥିଲେ । ୟୁଏଆଇଏଲ୍‍ର ଖଣି ମୁଖ୍ୟ ଶ୍ରୀ ମୁକେଶ ଝା ପ୍ରୋଜେକ୍ଟ ସୁଗନ୍ଧାର ଗୁରୁତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ପ୍ରକାଶ କରିବା ସହିତ କହିଥିଲେ ଯେ ସମସ୍ତ ସହଭାଗୀଙ୍କର ସମ୍ମିଳିତ ପ୍ରୟାସ କାରଣରୁ ଏହାକୁ ଆଶାନୁରୂପ ସଫଳତା ମିଳିପାରିଛି । ଭବିଷ୍ୟତରେ ମଧ୍ୟ ଏହିଭଳି ପ୍ରୟାସ ଜାରି ରଖିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ ।

ଏହି ଅବସରରେ ପ୍ରକାଶ କରି ଉତ୍କଳ ଆଲୁମିନା ସିଏସ୍‍ଆର ମୁଖ୍ୟ ଡଃ.ଲୋପାମୁଦ୍ରା ପ୍ରିୟଦର୍ଶିନୀ କହିଥିଲେ ଯେ ଏହି ପ୍ରୟାସ ସହିତ ଗ୍ରାମର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପଦକ୍ଷେପ ଜନସାଧାରଣଙ୍କର ସାମାଜିକ ଉତ୍‍ଥାନ ଦିଗରେ ସହାୟକ ହେବା ଆବଶ୍ୟକ । ଅଣ୍ଡିରାକଞ୍ଚର ଇନ୍ସକ୍କ୍‍ର ତପନ କୁମାର ମାହାଲି ଗ୍ରାମର ଉନ୍ନତି ନିମନ୍ତେ ଉତ୍କଳ ଆଲୁମିନା ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଛି ବୋଲି ଜୋର୍‍ ଦେଇ କହିବା ସହିତ ଏହି ପ୍ରୟାସରେ ଆଗ୍ରହ ଓ ଉତ୍ସାହର ସହିତ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ଉତ୍କଳ ଆଲୁମିନାର ସିଏସ୍‍ଆର ଦଳ ଦ୍ୱାରା ଉଦ୍‍ଘାଟନି ଉତ୍ସବ ଆୟୋଜିତ ହୋଇଥିଲା ।

ରାୟଗଡ଼ାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.