ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ପୂରଣ ନେଇ ପୁସ୍ତକ ପଠାଇଲେ 5T ସଚିବ

●ପୁସ୍ତକ ଦେଇ ୪ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଳାପାଳ

ରାୟଗଡା, (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ୩ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କ ଭବିଷ୍ୟତର ସୁନେଲି ସ୍ୱପ୍ନକୁ ପୂରଣ କରିବା ପାଇଁ ୫ଟି ସଚିବ ଭି.କେ. ପାଣ୍ଡିଆନ ସେମାନଙ୍କ ସଂପୃକ୍ତ ସ୍ୱପ୍ନ ସହ ଜଡିତ ମହାପୁରୁଷମାନଙ୍କ ପୁସ୍ତକ ପଠାଇଛନ୍ତି । ଯାହାକୁ ଆଜି ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର ନିଜ କାର୍ଯ୍ୟାଳୟରେ ଉକ୍ତ ୪ଜଣ ଛାତ୍ରଛାତ୍ରୀଙ୍କୁ ପୁସ୍ତକଗୁଡିକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏଥିସହ ଦେଖିଥିବା ସ୍ୱପ୍ନ ତଥା ଲକ୍ଷ୍ୟକୁ ସାକାର କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ମନ ଲଗାଇ ପାଠ ପଢିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଳାପାଳଙ୍କ ଠାରୁ ପୁସ୍ତକ ପାଇ ସମ୍ବର୍ଦ୍ଧିତ ହୋଇଥିବା ୪ଜଣ ଛାତ୍ରଛାତ୍ରୀମାନେ ହେଲେ ରାୟଗଡା ଜିଲ୍ଳା ସଦର ବ୍ଳକ ପେଂଟା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସିନ୍ଧିମା ନାଏକ, ବିଷମକଟକ ବ୍ଳକ ଭାଲେରୀ, ଦୁର୍ଗୀ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶର୍ମିଷ୍ଠା ଭୋଇ,‌ ଚନ୍ଦ୍ରପୁର ବ୍ଳକ ପିସ୍କାପଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ମାମାଲି ବୁରୁଡୁ ଓ କାଶିପୁର ବ୍ଳକ ଟିକିରି ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ଚନ୍ଦନ ।

Omkar Vasthu
Omkar Vasthu


ପ୍ରକାଶ ଥାଉ କି, ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ସହ ଗତକାଲି ଡିସେମ୍ବର ୧୪ତାରିଖରେ ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଓସୱାନ କେନ୍ଦ୍ରରେ ଭର୍ଚୁଆଲ୍ ମୋଡରେ ରାୟଗଡା ଜିଲ୍ଳାର ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଅନ୍ତର୍ଭୁକ୍ତ ୮୦ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ବ୍ୟକ୍ତିଗତ ମନ୍ତବ୍ୟ ସାବସ୍ତ୍ୟ କରିଥିଲେ । ଏ ପ୍ରକାର ବାର୍ତାଳାପର ଦୃଶ୍ୟ ଅତି ଉଚ୍ଚକୋଟୀର ଥିଲା ଏବଂ ପ୍ରେରଣାଦାୟକ ମଧ୍ୟ ରହିଥିଲା । ଉକ୍ତ ବୈଠକରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତର ସୁନେଲୀ ସ୍ୱପ୍ନଗୁଡିକ ବର୍ଣ୍ଣନା କରିଥିଲେ । ତନ୍ମଧ୍ୟରୁ ରାୟଗଡା, କାଶିପୁର, ଚନ୍ଦ୍ରପୁର ଓ ବିଷମକଟକ ୪ଗୋଟି ବ୍ଳକର ୪ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ଉଦ୍ଧୃତ ବିଷୟମାନ ସଚିବ ପାଣ୍ଡିଆନଙ୍କୁ ମୁଗ୍ଧ କରିପାରିଥିଲା ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

୫ଟି ସଚିବ ଶ୍ରୀ ପାଣ୍ଡିଆନ୍ ଉକ୍ତ ୪ଜଣ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣ ପାଇଁ ସହାୟକ ହେଉଥିବା ପୁସ୍ତକଗୁଡିକ ରାୟଗଡା ଜିଲ୍ଳାପାଳଙ୍କ ନିକଟକୁ ଗୋଟିଏ ଦିନରେ ପହଂଚାଇଥିଲେ । ଯାହାକୁ ଆଜି ଜିଲ୍ଳାପାଳ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପୁସ୍ତକ ପ୍ରଦାନ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟତଅୀ ଏସ.ଆଶାଲତା, ମଧୁସ୍ମିତା ଦାଶ, ଅନୀଲ କୁମାର ସାହୁ, ଲୋଚନ ଖରା, ମୋନଜ ଗୈାଡ ପ୍ରମୁଖ ଉପସ୍ଥିତ ରହିଥିଲେ । ଛାତ୍ରୀ ସିନ୍ଧିମା ଭବିଷ୍ୟତରେ କଳ୍ପନା ଚାୱଲାଙ୍କ ଭଳି ମହାକାଶକାରୀ ହେବାର ସ୍ୱପ୍ନ ବର୍ଣ୍ଣନା କରିଥିବା ବେଳେ ଶର୍ମିଷ୍ଠା ପଦାର୍ଥ ବିଜ୍ଞାନୀ, ମାମାଲି ଓ ଚନ୍ଦନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଭଳି ପାଇଲଟ୍ ହେବାର ସ୍ୱପ୍ନ ରଖିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.